ୟୁନିସେଫର ୧୪ଜଣିଆ ପ୍ରତିନିଧୀ ଦଳ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ସହ  ଯଜ୍ଞଶାଳା ଗାଁକୁ ପରିଦର୍ଶନ କରି ଓଡିଏଫ ପ୍ଲସ୍ କାର୍ଯକାରିତା ସମ୍ପର୍କରେ ଆଲୋଚନା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ବିଭିନ୍ନ ରାଜ୍ୟର ୟୁନିସେଫର ୧୪ଜଣିଆ ପ୍ରତିନିଧୀ ଦଳ ଆଜି ଗଂଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାରେ ଓଡିଏଫ ପ୍ଲସ୍ କାର୍ଯ୍ୟକାରିତା ର ମନିଟରିଂ ଓ ପ୍ରୋଗେସ ସମ୍ବନ୍ଧରେ ବୁଲି ଦେଖିଛନ୍ତି । ଏହି ପ୍ରତିନିଧୀ ଦଳ ପଥମେ ମୋ ସ୍ୱାଭିମା ସ୍ୱଚ୍ଛ ଗଂଜାମ ଆନୁକୂଲ୍ୟରେ ଚମାଖଣ୍ଡି ପଞ୍ଚାୟତର ସିନ୍ଧିରାପଲ୍ଲୀରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପରିଦର୍ଶନ କରିଥିଲେ । ଶ୍ରୀ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଚାୟତର ଘରକୁ ଘର ବୁଲି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି । ଏହାକୁ ମାଇକ୍ରୋ କମ୍ପୋଷ୍ଟ୍ କେନ୍ଦ୍ରକୁ ନିଆଯାଇ ପୁନଃଚକ୍ରୀକରଣ ପରେ ସାର ପ୍ରସ୍ତୁତ ହେଉଛି । ଏହି ପ୍ରତିନିଧୀ ଦଳରେ ବିହାର, ଛତିଶଗଡ , ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ରାଜ୍ୟ ଅଧିକାରୀ ମାନେ ରହିଛନ୍ତିା ସେଠାରେ ଏହି ପ୍ରତିନିଧୀଦଳର ଅଧିକାରୀ ମାନେ ଉପସ୍ଥିତ ରହିଥିବା ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା , ସ୍ଥାନୀ ୟସରପଞ୍ଚ ଓ ଗଂଜାମ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ବାହ୍ୟ ମଳ ମୁକ୍ତ ହୋଇଥିବା ଯଜ୍ଞଶାଳାକୁ ଏହି ୧୪ଜଣିଆ ପ୍ରତିନିଧୀ ଦଳ ପରିଦର୍ଶନ କରି ଗ୍ରାମର ସ୍ୱଚ୍ଛତା ତଦାରଖ କରିବା ସହିତ ଗ୍ରାମ୍ୟ ଜଳ ଓ ପରିମଳ କମିଟି ସହ ଆଲୋଚନା କରିଥିଲେ । ବାହ୍ୟ ମଳ ମୁକ୍ତ ପୂର୍ବରୁ କେମିତି ଲାଗୁଥିଲା ବର୍ତ୍ତମାନ ବାହ୍ୟ ମଳ ମୁକ୍ତ ହେବା ପରେ କେମିତି ଅନୁଭବ କରୁଛନ୍ତି ଏସମ୍ପର୍କର ଗ୍ରାମର ମହିଳା ମାନଙ୍କ ସହ ସେମାନେ ଆଲୋଚନା କରିଥିଲେ । ଓଡିଏଫ ପ୍ଲସ୍ କାର୍ଯ୍ୟକାରିତା ସମ୍ପର୍କରେ ଗ୍ରାମ୍ୟ କମିଟି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ସେମାନଙ୍କୁ କହିଥିଲେ । ଏହାପରେ ସେମାନେ ଖୁସି ଜାହିର କରିଥିଲେ । ପ୍ରାରମ୍ଭ ତାଙ୍କୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ଗ୍ରାମବାସୀ ପାଛୋଡି ଆଣିଥିଲେ । ଏହି ପରିଦର୍ଶନ ବେଳେ ୟୁନିସେଫର ୧୪ଜଣିଆ ପ୍ରତିନିଧୀ ଦଳଙ୍କ ସହ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର , ଭାରପ୍ରାପ୍ତ ବିଡିଓ ତଥା ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ,ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଛତ୍ରପୁବ୍ୱ୍‌କ କନିଷ୍ଠ ଯନ୍ତ୍ରୀ କାଳୁ ଚରଣ ପାତ୍ର , ଚମାଖଣ୍ଡି ସରପଞ୍ଚ ସିଏଚ୍ ମନୋଜ କୁମାର ରେଡ୍ଡୀ , ପୂର୍ବତନ ସରପଞ୍ଚ ସୁସ୍ମିତା ପ୍ରଧାନ, ଛତ୍ରପୁର ବ୍ଲକ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ୍ ସାହୁ , କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା, ଓଡିଶାଜୀବିକା ମିଶନର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ପିଇଓ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିମଳ ପରାମର୍ଶଦାତା ରଂଜିତ୍ ପରିଡା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ