ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ଅଗ୍ନିପଥ ଯୋଜନାକୁ ବିରୋଧ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସେନାରେ ନିଯୁକ୍ତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ନିକଟରେ ଆରମ୍ଭ କରିଥିବା ‘ଅଗ୍ନିପଥ’ ଯୋଜନା ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି କରିଛି । ଦେଶର ଅନେକ ରାଜ୍ୟରେ ଏହି ଯୋଜନା ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ତର ପ୍ରଦେଶ,ବିହାର ଓ ତେଲେଙ୍ଗାନା ସହିତ ଦେଶର ୧୧ଟି ରାଜ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ଛାତ୍ରମାନେ ପ୍ରବଳ ହଙ୍ଗାମା କରିଥିବା ବେଳେ ସୋମବାର ସାନଖେମୁଣ୍ଡି କଂଗ୍ରେସ ତରଫରୁ ସେନାବାହିନୀ ରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧ କରିବା ସହ ପାଟପୁର ଗାନ୍ଧୀଛକ ଠାରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରାମେଶ ଚନ୍ଦ୍ର ଜେନା, ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ବାବୁଲା ଦୋରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀଚରଣ ପାତ୍ର, ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ଼, ଶଙ୍କର୍ଷଣ ଖୁଣ୍ଟିଆ, ସିମାଞ୍ଚଳ ଗୌଡ଼, ଦୁର୍ଗା ପ୍ରସାଦ ପାଢ଼ୀ ଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ପାଟପୁର ପୂର୍ତ୍ତ ଡାକ ବଙ୍ଗଳା ଠାରୁ ନିକଟରୁ ପଦ ଯାତ୍ରା ରେ ଗାନ୍ଧୀଛକ କୁ ଆସି ମହାତ୍ମାଗାନ୍ଧୀ ଙ୍କ ପ୍ରତି୍ମୃତି ରେ ପୁଷ୍ପ ମାଳ ଅର୍ପଣ କରି ସତ୍ୟାଗ୍ରହ ରେ ବସିଥିଲେ l ଅଗ୍ନିପଥ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ବିଧାୟକ ରାମେଶ ଚନ୍ଦ୍ର ଜେନା କହିଛନ୍ତି ସରକାର ଗତ ୮ ବର୍ଷରେ କୌଣସି ଚାକିରି ଦେଇ ନାହାନ୍ତି । ଆଜି ଦେଶର ସେନାକୁ ବିକ୍ରି କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା କୁ ପ୍ରଦେଶ କଂଗ୍ରେସ ବିରୋଧ କରୁଛନ୍ତି ତେଣୁ ଆମେ ଯେ କୌଣସି ମୂଲ୍ୟରେ ଅଗ୍ନିପଥର ଯୋଜନା ଲାଗୁ କରିବାକୁ ଦେବୁନି । ଏହି କାଯ୍ୟକ୍ରମରେ ସାନଖେମୁଣ୍ଡି ର ଶହେ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l


