ୟୁରୋ କିଡସ୍ ପ୍ରି ସ୍କୁଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁରର ଅନ୍ତର୍ଜାତୀୟମାର୍କା ୟୁରୋ କିଡସ୍ ପ୍ରି ସ୍କୁଲ ପରିସରରେ ସ୍କୁଲ ପକ୍ଷରୁ ଶକ୍ତି ଏଜୁକେସନ୍ ଏଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ ର ଅଧ୍ୟକ୍ଷ ତଥା ଯୁବ ଆଇନଜୀବୀ ରଂଜନ ମହାପାତ୍ର ଙ୍କ ପୈାରହିତ୍ୟରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମିଶ୍ର ଉପସ୍ଥିତ ରହି ପ୍ଲେ ଶ୍ରେଣୀରୁ ଷ୍ଟାଣ୍ଡାଡ୍‌-୨ ପର୍ଯ୍ୟନ୍ତ ୧୮୦ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରିଥିଲେ । ସେହିପରି ସ୍କୁଲ ପକ୍ଷରୁ ମାଗଣା ରକ୍ତ ପରୀକ୍ଷା ସହ ମାଗଣା ଔଷଧ ବଂଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ, ୟୁରୋ କିଡସ୍ ପ୍ରି ସ୍କୁଲର ପ୍ରିନ୍ସପାଲ୍ ଡାଏନା ମିଶ୍ର, କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର, ସ୍କୁଲ ପରିଚାଳନା ନିର୍ଦ୍ଦେଶକ ଅନୀଲ ରେଡ୍ଡି, ପ୍ରଶାସକ ଦେବାଶିଷ ପଣ୍ଡା, ଶିକ୍ଷୟତ୍ରୀ କାଜଲ୍ ପଣ୍ଡା, ଦୀପିକା ପଣ୍ଡା, ଆରାଧାନା ନାୟକ, ରଚିତା ବେହେରା, ସୁଷମା ପଲେଇ, ଭାଗ୍ୟଶ୍ରୀ ପଣ୍ଡା, ଖୁସୁବୁ ବେଗମ୍‌, ମେବଲ୍ କଲପେପର୍‌ଙ୍କ ସମେତ ସମସ୍ତ ଆୟାମ୍ମାମାନେ ସହଯୋଗ କରିଥିଲେ । ସ୍କୁଲ ପକ୍ଷରୁ ଏପରି ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିିବିର ଆୟୋଜନ କରାଯାଇଥିବାରୁ ଅଭିଭାବକ ମାନଙ୍କ ପକ୍ଷରୁ ପ୍ରଶଂସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ