ୟୁରୋ ସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ “ଅଧ୍ୟାୟ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର,(ୱାଇଏନଏସ): ଆନ୍ତର୍ଜାତିକ ମାର୍କା ‘ୟୁରୋ ସ୍କୁଲ’ ଛତ୍ରପୁର ଶାଖାର ଷଷ୍ଠ ବାର୍ଷିକ ଉତ୍ସବ ଓ “ଅଧ୍ୟାୟ” କାର୍ଯ୍ୟକ୍ରମ ଅନୁଷ୍ଠାନର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲର ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଗୁରୁ ହିଁ ପିଲାଙ୍କୁ ଅନ୍ଧାରୁ ଉଜ୍ୱଳକୁ ନେବାର ଏକ ମାଧ୍ୟମ । ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ତମ ଭବିଷ୍ୟତ ଗଢିବା ଲାଗି ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠାନ ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ । ଏହାସହ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନାକୁ ଆସିପାରିବ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଓ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍କୁଲର ଏକ ମେଗାଜିନକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଅନୁଷ୍ଠାନର ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ଭାସ୍କର ମହାପାତ୍ର,ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନ୍ସପାଲ ତପସ୍ୱିନୀ ସାହୁ ପ୍ରମୁଖ ମଂଚାସୀନ ସହ ନିଜ ନିଜ ବକ୍ତବ୍ୟରେ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ଚିତ୍ର, ମାନସିକ ବୃଦ୍ଧିର ଖେଳ ଏବଂ ଅନ୍ୟାନ୍ୟ ବର୍ଗର ଖେଳକୁଦର ଶିଶୁମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିବା କୃତୀ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ପ୍ରଦର୍ଷିତ କରାଯାଇଥିଲା l ଏହାସହିତ ସ୍କୁଲ ନୃତ୍ୟ ଶିକ୍ଷକ ପୂର୍ଣ୍ଣଞ୍ଜୟ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ମୋ ଜଗାରେ’ ସଂଗୀତ ସହ ନୃତ୍ୟରେ ଅଭିଭାବକ ମାନେ ଝୁମି ଥିଲେ, ଏହା ସହ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ କଲରଫୁଲ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ତାଙ୍କର ଅଭିଭାବକ ମାନେ ମଧ୍ୟ ପରିବେଷଣ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଭାବେ ସୋସିଆଲ ମିଡ଼ିଆ ରେ କିପରି କୁନି କୁନି ଶିଶୁ ମାନେ ଜଡିତ ରହୁଛନ୍ତି ସେଥିରୁ କିପରି ଦୁରେଇ ରହିବେ ସେଥି ନିମନ୍ତେ ସଚେତନତାର ଛୋଟିଆ ନାଟକ ଟି ପରିବେଷଣ କରାଯାଇଥିଲା, ଛତ୍ରପୁର ସହର ରେ ପ୍ରଥମ ଥର ପାଇଁ ଏପରି ଗ୍ରାଡ଼ଫୁଲ ସ୍କୁଲ ବାର୍ଷିକ କାର୍ଯ୍ୟକ୍ରମ ହୋଇଥିବାରୁ ଅଭିଭାବକ ମାନଙ୍କ ପକ୍ଷରୁ ସ୍କୁଲ କତୃପକ୍ଷଙ୍କୁ ପ୍ରଶଂସା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ