ୟୁରୋ ସ୍କୁଲ ପରିସରରେ ଅଗ୍ନିକ୍ରୀଡା ଉତ୍ସବ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ୟୁରୋ ସ୍କୁଲ ପରିସରରେ ଶୁକ୍ରବାର ନିଆରା ଢଙ୍ଗରେ ଅଗ୍ନିକ୍ରିଡା ଉତ୍ସବ (ବର୍ଣ୍ଣ ଫାୟାର ପାର୍ଟି) ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଓ ସଂସ୍କୃତିକୁ ମନେ ପକାଇବା ସହିତ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ ଜ୍ଞାନର ବିକାଶ ନିମନ୍ତେ ଏହି କ୍ରୀଡା ଉତ୍ସବର ଆୟୋଜନ କରାଯାଇଛି । ପଞ୍ଚମ କ୍ଲାସ ଠାରୁ ଆରମ୍ଭ କରି ନବମ କ୍ଲାସର ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଏହାର ମଜା ଉଠାଇବା ସହ ନାଚ ଗୀତ, ମସ୍ତିଷ୍କର ବିକାଶ ସମ୍ପର୍କରେ ବିଭିନ୍ନ ଜ୍ଞାନ ଆହୋରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର, ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହ ଯୋଗ କରିଥିଲେ । ଏଭଳି ଉତ୍ସବ ଗଞ୍ଜାମ ଜିଲ୍ଲାର କୌଣସି ସ୍କୁଲରେ ପୂର୍ବରୁ କରାଯାଇନଥିବା ବେଳେ ୟୁରୋ ସ୍କୁଲ ପ୍ରଥମ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଭିଭାବକ ଓ ବୁଦ୍ଧିଜିବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।


