ୟେସ୍‍ ବ୍ୟାଙ୍କର ପ୍ରତିଷ୍ଠାତା ଗିରଫ

ମୁମ୍ବଇ : ୟେସ୍‍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗମାନ ରହିଥିଲା। ମୁମ୍ବାଇଠାରେ ଶନିବାର ତାଙ୍କୁ ଇଡି ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଶନିବାର ତାଙ୍କୁ ପ୍ରାୟ ୧୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ଏବଂ ରବିବାର ସକାଳୁ ତାଙ୍କୁ ଗିରଫ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ତାଙ୍କର ତଥ୍ୟ ସବୁ ରେକର୍ଡ କରାଯାଇଛି। ରାଣା କପୁରଙ୍କ ଦିଲ୍ଲୀ ଓ ମୁମ୍ବାଇଠାରେ ଥିବା ତିନି ଝିଅଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।
ଏହାଛଡ଼ା ମୁମ୍ବାଇର ୱର୍ଲିଠାରେ ଥିବା ତାଙ୍କ ବାସଭବନ ଉପରେ ମଧ୍ୟ ଚଢ଼ଉ କରାଯାଇଛି। ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ବା ଡିଏଚ୍ଏଛଫ୍ଏହଲ୍‍ର ଆର୍ଥିକ ଦୁର୍ନୀତିରେ ରାଣା କପୁରଙ୍କର ହାତ ରହିଥିବା ଅଭିଯୋଗ ହୋଇଛି। ଏହି ସଂସ୍ଥାକୁ ୟେସ୍‍ ବ୍ୟାଙ୍କ ବିପୁଳ ଋଣ ଦେଇଥିଲା। ତେବେ ଡିଏଚ୍ଏିଫ୍ଏକଲ୍‍ ଏହି ଋଣ ପରିଶୋଧ କରିବାରେ ବିଫଳ ହୋଇଛି। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ୟେସ୍‍ ବ୍ୟାଙ୍କର ପରିଚାଳନା ବୋର୍ଡକୁ ଭାଙ୍ଗିଦେଇ ଏହାର ଦାୟିତ୍ୱ ନିଜ ହାତକୁ ନେଇଛି। ଏହାଛଡ଼ା ୩୦ ଦି ପାଇଁ ବ୍ୟାଙ୍କରୁ ଅର୍ଥ ଉଠାଣ ଉପରେ ଜମାକାରୀଙ୍କ ପାଇଁ କଟକଣା ଜାରି କରାଯାଇଛି। ଜମାକାରୀ ଏହି ସମୟ ମଧ୍ୟରେ ସର୍ବାଧିକ ୫୦ ହଜାର ଟଙ୍କା ନିଜ ଆକାଉଣ୍ଟରୁ ଉଠାଇ ପାରିବେ। ଭାରତୀୟ ଷ୍ଟେଟ୍ବ୍ୟା ଙ୍କ ୟେସ୍ବ୍ୟା ଙ୍କର ୪୯ ପ୍ରତିଶତ ଅଂଶଧନ କ୍ରୟ କରି ଏହାର ପୁନରୁଦ୍ଧାର ଓ ପୁନର୍ଗଠନ କାର୍ୟ୍ୟ କରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ