କଟକଣା ଜାରି ପୂର୍ବରୁ ଗୁଜରାଟ କମ୍ପାନୀ ଉଠାଇ ନେଇଥିଲା ୨୬୫ କୋଟି

ଉଦୋଦରା: ୟେସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଇବାର କଟକଣା ଗତ ୫ ତାରିଖରେ ଲଗାଇଥିଲେ । କିନ୍ତୁ ଏହାର କିଛି ଘଣ୍ଟା ପୂର୍ବରୁ ଗୁଜରାଟର ଏକ କମ୍ପାନୀ ଉକ୍ତ ବ୍ୟାଙ୍କରୁ ୨୬୫ କୋଟି ଟଙ୍କା ଉଠାଇ ନେବାକୁ ସକ୍ଷମ ହୋଇଥିବା ଜଣାଯାଇଛି । ଉଦୋଦରା ମହାନଗର ନିଗମ ପକ୍ଷରୁ ଗଠିତ ସ୍ପେସାଲ ପରପୋଜ ଭେଇକିଲ (ଏସପିଭି) ଉଦୋଦରା ସ୍ପାର୍ଟ ସିଟି ଡେଭଲପମେଣ୍ଟ ଲିମିଟେଡ ଗତ ମଙ୍ଗଳବାର ଏହି ବ୍ୟାଙ୍କରୁ ୨୬୫ କୋଟି ଟଙ୍କା ଉଠାଇ ନେଇଥିଲା । କମ୍ପାନୀ ଏହି ଟଙ୍କାକୁ ୟେସ ବ୍ୟାଙ୍କରୁ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରିନେଇଛି । ଫଳରେ ଏହି କମ୍ପାନୀ ନଗଦ ଅର୍ଥ ଜନିତ ସଂକଟରୁ ବଞ୍ଚି ଯାଇଛି । ଉଦୋଦରା ସ୍ମାର୍ଟ ସିଟି କମ୍ପାନୀ ୨୦୧୭ ରେ ସ୍ଥାପନ ହୋଇଥିଲା । ତେବେ ସ୍ଥାପନ ହେବା ପରଠାରୁ ଏହି କମ୍ପାନୀ ୟେସ୍ ବ୍ୟାଙ୍କର ଏହା ଆକାଉଣ୍ଟ ଖୋଲିଥିଲା । ଅଧିକ ସୁଧ ଦେଉଥିବା କାରଣରୁ କମ୍ପାନୀ ଏହି ବ୍ୟାଙ୍କରେ ଅର୍ଥ ଜମା ରଖିଥିଲା । ଗତ ନଭେମ୍ବରରେ ଆଧ୍ୟାତ୍ମିକ ନେତା ଏବଂ ସାମାଜିକ କର୍ମୀ ଜ୍ୟୋତିରନାଥଜୀ ଏହି ଜମା ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ପରେ ସ୍ମାର୍ଟ ସିଟି କମ୍ପାନୀର ବୋର୍ଡ ଉକ୍ତ ଟଙ୍କାକୁ ବ୍ୟାଙ୍କ ଅଫ ବରୋଦାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହି ନିଷ୍ପତ୍ତି ଦୀର୍ଘଦିନ ପର୍ଯ୍ୟନ୍ତ ଟଙ୍କାକୁ ନିଆଯାଇ ନଥିଲେ ବି ରିଜର୍ଭ ବ୍ୟାଙ୍କ କଟକଣା ଜାରିର ଅଳ୍ପ କେତେ ଘଣ୍ଟା ପୂର୍ବରୁ ବ୍ୟାଙ୍କ ଅଫ ବରୋଦାକୁ ସ୍ଥାନାନ୍ତର କରାଯାଇଥିଲା । ୩ଟି ଚେକରେ ଏହି ଟଙ୍କାକୁ ଅନ୍ୟ ବ୍ୟାଙ୍କକୁ ନିଆଯାଇଥିଲା ବୋଲି ସ୍ମାର୍ଟ ସିଟି କମ୍ପାନୀର ସିଇଓ ଏସ କେ ପଟେଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ