୧ଠଠ ଟଙ୍କା କମିଲା ସୁନା
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ବୃଦ୍ଧି ପରେ ସ୍ଥାନୀୟ କ୍ଷେତ୍ରରେ ଚାହିଦା ଦୁର୍ବଳ ହେବା ଯୋଗୁଁ ସୁନା ଦାମରେ ହ୍ରାସ୍ ହୋଇଛି । ଯଦ୍ୱାରା ଶନିବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୧୦୦ଟଙ୍କା ଶସ୍ତା ହୋଇ ୩୩,୧୭୦ ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ବଢ଼ିବା ଯୋଗୁଁ ରୁପା କିଲୋପ୍ରତି ୪୦୦ଟଙ୍କା ବୃଦ୍ଧିରେ ୩୯,୫୦୦ ଟଙ୍କାରେ ବିକ୍ରି ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୮.୧୨ ଡଲାର ବୃଦ୍ଧିରେ ୧,୨୯୮.୨୫ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ଆଉନ୍ସ ପ୍ରତି ୭.୭୦ଡଲାର ବୃଦ୍ଧିରେ ୧,୨୯୮.୬୦ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୧୨% ଡଲାର ବୃଦ୍ଧିରେ ୧୫.୩୦ଡଲାରରେ ପହଞ୍ଚିଛି ।