୧୦୦ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ ; ଦୁଇ ମୃତ, ଜଣେ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଦୁଆରଶୁଣି ଘାଟୀ ପାଲଟିଛି ମରଣଯନ୍ତା ।ସୂଚନାଯୋଗ୍ୟ ଯେ ବୁଧବାର ସକାଳ ୮ଟା ସମୟ ପାଖାପାଖି ସମୟରେ ନାସିକରୁ କୋଲକତା ଯାଉଥିବା ପିଆଜ ବୋଝେଇ ଟ୍ରକ(ଏମ୍ ଏଚ୍ ୨୮ଏବି୮୧୧୭)ଭାରସାମ୍ୟ ହରାଇ ଶହେଫୁଟ ତଳକୁ ଖସି ପଡିଥିଲା ।ଯାହାଫଳରେ ଘଟଣାସ୍ଥଳରେ ୨ଗାଡି ଚାଳକ ମହାରାଷ୍ଟ୍ର ମଲକାପୁର ଅଂଚଳର ୟୂନିସ ଖାଁ (୩୨) ଏବଂ ଅବଦୁଲ ହକ୍(୩୨) ଚାପି ହୋଇ ମୃତ୍ୟୁ ବରଣ କରିଥିବାବେଳେ ଖଲାସି ଓ୍ବାସିମ୍ ଗାଡିରୁ ଡେଇଁପଡି ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ବାଙ୍ଗିରିପୋଷୀ ପୋଲିସ ଏବଂ ଦମକଳବାହିନୀ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷୀ ଡାକ୍ତରଖାନାରୃ ଭର୍ତି କରିଥିଲେ ।ଡାକ୍ତର ଦୁଇ ଚାଳକଙ୍କୁ ମୃତ ଘୋଷଣା କରିଥଲେ ।ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା ।