୧୦୮ ଗ୍ରାମ ବ୍ରାଉନ ସୁଗାର ସହ ବାଇକ୍ ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ବ୍ୟାପକ ଚୋରା ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ ଖବର ପାଇ ନିମାପଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।ଏହି ଚଢାଉ ରେ ଜଣେ ବ୍ରାଉନ ସୁଗାର ବେପାରୀ ଙ୍କୁ ଗିରଫ କରାଯାଇଛି ।ସେ ହେଲେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପୂର୍ବଖଣ୍ଡ ତୋଟାସାହି ଗ୍ରାମର ପ୍ରଭାତ ଭୋଇ। ତାଙ୍କ ଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ସହିତ ଓ ଡି ୦୫ ୱାଇ ୪୫୮୦ ନମ୍ବର୍ ବିଶିଷ୍ଟ ଏକ ବାଇକ୍ ଜବତ ହୋଇଛି ।ଜବତ ବ୍ରାଉନ ସୁଗାର ର ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ନୀରିକ୍ଷକ କହିଛନ୍ତି । ଏ ନେଇ ବିଭାଗ ପକ୍ଷରୁ ଏକ ମାମଲା ନମ୍ବର୍ ୪୮/୨୨ ରେ ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ।କୋର୍ଟ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର କରି ତାଙ୍କୁ ଜେଲ କୁ ପଠାଇ ଦେଇଛନ୍ତି ।ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲା ।ଚଢ଼ାଉରେ ଜିତେନ୍ଦ୍ର ବେହେରା, ସନ୍ଦୀପ ହସ୍ତୀ ,ସବିତା ସାହୁ , ଏସ. କେ. ୱାରିସ,ଆଶିଷ ପ୍ରଧାନ,ତପନ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।ପ୍ରକାଶ ଥାଉ କି କଟକ ଜିଲ୍ଲାରୁ ବହୁ ବେପାରୀ ଚୋରା ଗଞ୍ଜେଇ, ଅଫିମ ,ଚୋରା ନକଲି ମଦ,ବ୍ରାଉନ ସୁଗାର ପ୍ରଭୁତି ଆଣି ଚାରିଛକ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟ କରୁଥିବା ବହୁ ଅଭିଯୋଗ ହୋଇ ଆସୁଛି ।ଏବେ ମଧ୍ୟ ଚୋରା ବେପାରୀ ମାନେ ସକ୍ରିୟ ଥାଇ ଲୁଚାଇ କରି ଅଳ୍ପ ଅଳ୍ପ ମାଲ୍ ଆଣି ବିକ୍ରି କରୁଥିବା ଅଭିଯୋଗ ହେଉଛି ।ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କଲେ ବହୁ ବେପାରୀ ଧରାପଡନ୍ତେ ବୋଲି ସାଧାରଣରେ ଦାବି ହେଉଛି ।ଚୋରା ବ୍ରାଉନ ସୁଗାର ଖାଇ ବହୁ ଯୁବ ପୀଢ଼ି ପଥ ଭ୍ରଷ୍ଟ ହେଉଛନ୍ତି ।ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।