୧୦୮ ଭାଗବତ ମହାମୀଳନ ମହାପୁରାଣ ପରାୟଣ ପାଇଁ କଳସ ଯାତ୍ରା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପାଟପୁର କଲେଜ୍ ପଡ଼ିଆରେ ୧୦୮ ଭାଗବତ ମହାମୀଳନ୍ ମହାପୁରାଣ ପରାୟଣ ଶୁକ୍ରବାର ଆରମ୍ଭ ହୋଇଛି। ଶୁକ୍ରବାର ପଳାଶପୁର ଗ୍ରାମ ନିକଟ ଘୋଡାହାଡ ନଦୀ ପୀଠ ରୁ ଗଙ୍ଗାମାତାକୁ ଆବାହନ କରି ଶତାଧିକ ପୁରୁଷ ମହିଳା ମାନେ କଳସୀରେ ଜଳ ଧରି ଏକ ଶୋଭାଯାତ୍ରାରେ ପାଟପୁର ଗ୍ରାମ ଦେଇ କଲେଜ୍ ପଡିଆ ରେ ପହଁଚି ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ନେତୃତ୍ୱରେ ଆୟୋଜିତଏହି କଳସ ରେ ସାନଖେମୁଣ୍ଡି ରାଜାସହେବ ବୀରକିଶୋର ଦେଓ ଯାତ୍ରା।ରେ ସାମିଲ ହୋଇ ଥିଲେ। ପରେ ରାତ୍ର ମଣ୍ଡଳାଧିବାସ, ଅଙ୍କୁରାରୋପଣ, ସାତ ଦିନ ବ୍ୟାପି ପ୍ରତିଦିନ ଭାଗବତ ମହାପୁରାଣ ପରାୟଣ, ବାସୁଦେବଙ୍କ ମହା ପୂଜା, ତୁଳସୀ ଅର୍ଛନ, ମଣ୍ଡଳ ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ରହିଛି।ପାଟପୁର,ରାଧାଦେଇପୁର,ଜୟନଗର୍, ଓସ୍ତା ଜଗନ୍ନାଥପୁର ଗ୍ରାମବାସୀ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରୁଛନ୍ତି।