୧୦ ପରୀକ୍ଷା କେନ୍ଦ୍ର ପାଇଁ ୧୦ ପର୍ଯ୍ୟବେକ୍ଷକ
ବୁଗୁଡା ( ଅନିଲ କୁମାର ମହାରଣା) ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପ୍ରଶ୍ନ ପତ୍ର ଭାଇରଲ ହେବା ପରେ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି।ପରୀକ୍ଷାରେ ସ୍ୱଚ୍ଛତା ଆଣିବାପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ପାଇଁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି। ସେହି ଅନୁଶାରେ ଗଞ୍ଜାମ ଜିଲ୍ଲାପାଳଙ୍କ ପାତ୍ରଙ୍କ ୧୮୦ ପ୍ରକାରେ ଦଶଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୧.ବାଲିପଦର କେନ୍ଦ୍ର ପାଇଁ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଏ ରାଜେଶ କୁମାର ଦୋରା,୨. ପଙ୍କଳବାଡ଼ି କେନ୍ଦ୍ର ପାଇଁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ୩.ତାଳସାକର କେନ୍ଦ୍ର ପାଇଁ ବୁଗୁଡା WEO ଏସ ଏନ ତ୍ରିପାଠୀ, ୪.ବୁବୁଡା ପିପୁଲସ ହାଇ ସ୍କୁଲ କେନ୍ଦ୍ର ପାଇଁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ୫.ବୁଗୁଡା ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ପାଇଁ ବିଇଓ ରସାନନ୍ଦ କର, ୬.ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ର ପାଇଁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି,୭.ବି.କରଡ଼ାବାଡି କେନ୍ଦ୍ର ପାଇଁ ଏବିଇଓ ପୀତାମ୍ବର ବିଷୋୟୀ, ୮.ମାଣିତରା କେନ୍ଦ୍ର ପାଇଁ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ୯.ପୋଚାଲୁଣ୍ଡି କେନ୍ଦ୍ର ପାଇଁ ଭମଶ୍ୟାଳି ହାଇ ସ୍କୁଲର ସୁଜିତ କଅଁର, ଓ ୧୦.କରଚୁଲି କେନ୍ଦ୍ର ପାଇଁ ଗୋଳାବନ୍ଧ ହାଇ ସ୍କୁଲର ପ୍ରଶନ କୁମାର ସ୍ଵାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇ ପରୀକ୍ଷା ଶେଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବୁଗୁଡା ବ୍ଲକର ୧୦ ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଚାଲିଥିବା ଜଣାପଡିଛି।