୧୦ ଭରି ସୁନାରେ ତିଆରି ମାସ୍କ

କଟକ: କଟକର ଜଣେ ଫର୍ଣ୍ଣିଚର ବ୍ୟବସାୟୀ ନିଜ ପାଇଁ ସୁନାର ମାସ୍କ ତିଆରି କରି ଏବେ ଚର୍ଚ୍ଚାରେ । ୧୦ ଭରି ସୁନାରେ ତିଆରି ଏହି ମାସ୍କ ତିଆରି କରିବା ପାଇଁ ଖର୍ଚ୍ଚ ହୋଇଛି ସାଢେ଼ ତିନି ଲକ୍ଷ ଟଙ୍କା । ମୁମ୍ବାଇ ଜାଭେରି ବଜାରରେ ୪ ଜଣ କାରିଗର ୨୨ ଦିନ ପରିଶ୍ରମ କରି ଏଭଳି ଏକ ସୁନାର ମାସ୍କ ତିଆରି କରିଛନ୍ତି । ନିଜ ପାଇଁ ଅର୍ଡର ଦେଇ ଏଭଳି ସୁନାର ମାସ୍କ ଆଣିଥିବା ବ୍ୟକ୍ତି ହେଉଛନ୍ତି ବକ୍ସିବଜାର ବେପାରି ସାହିର ଫର୍ଣ୍ଣିଚର ବ୍ୟବସାୟୀ ଆଲୋକ ମହାନ୍ତି । ଶ୍ରୀ ମହାନ୍ତିଙ୍କ ଏଭଳି ସୁନାର ମାସ୍କ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମକୁ ସବୁ ସ୍ତରରେ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ସେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏନ-୯୫ ମାସ୍କ ଉପରେ ଦଶଭରି ସୁନା ବ୍ୟବହାର କରି ତାରକସି କାମ କରାଯାଇଛି । ଶ୍ରୀ ମହାନ୍ତିଙ୍କର ସୁନା ଅଳଙ୍କାର ପିନ୍ଧିବାରେ ଦୁର୍ବଳତା ରହିଛି । ତେଣୁ ସେ ଏଭଳି ସୁନାର ମାସ୍କ ତିଆରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ