୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ରାଜନସାହି ଛକ ନିକଟରୁ ଅଟୋ ସହ ଗଞ୍ଜେଇ ଜବତ କରିଛି | ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ରାଇଜୁକା ଗ୍ରାମର ହେମନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ ଲାଣ କରିଛି ଅବକାରୀ ବିଭାଗ | ଉକ୍ତ ଗଞ୍ଜେଇ ଗଜପତିରୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିଲା I ଜବତ ଗଞ୍ଜେଇର ଓଜନ କେଜି ହୋଇଥିବା ବେଳେ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ମୋହ‌ନା ଅବକାରୀ ଥାନା ଅଧିକାରୀ ସୁଧାଂଶୁ ମୁଣ୍ଡା ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ