୧୧ତମ ବାର୍ଷିକୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ
ନିମାପଡ଼ା(ଜୁଗାବ୍ଦ ନ୍ୟୁଜ୍): ଚାରିଛକ ନିକଟସ୍ଥ ବ୍ରହ୍ମେଶ୍ୱର ମହାଦେବଙ୍କ ପୀଠରେ ୧୧ତମ ବାର୍ଷିକୋତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପ୍ରାଚୀ ନଦୀରୁ ଶହେ ଏକ ଜଳକଳସ ଅଣାଯାଇ ସ୍ଥାପନ କରାଯାଇଥିଲା । ବୁଧବାର ପ୍ରାତଃରେ ସୂର୍ଯ୍ୟପୂଜା, ଗୋପୂଜା, ମଣ୍ଡଳାଦୀପୂଜା, ଅଗ୍ନିସ୍ଥାପନ, ଆଳତୀ ପୁଷ୍ପାଞ୍ଜଳି ଦିଆଯାଇଥିଲା । ଶୁକ୍ରବାର ଶିବବିବାହ ଓ ସଂଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ଯଜ୍ଞରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଥିଲେ । ରାଜସ୍ୱ ବିଭାଗ, ବ୍ରହ୍ମକୁଣ୍ଡି ଗ୍ରାମବାସୀ ଓ ବ୍ରହ୍ମେଶ୍ୱର ପରିଚାଳନା କମିଟି ପକ୍ଷରୁ ଏହି ଯଜ୍ଞର ଆୟୋଜନ କରାଯାଇଥିଲା ।