୧୧ନୁଆଁ କରୋନା ପଜିଟିଭ କଳାହାଣ୍ଡିରେ
କଳାହାଣ୍ଡିରେ (ଓ୍ବାଇଏନ୍ଏସ୍) : କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଓଡିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟ ମଧ୍ୟ ୬ରେ ପହିଲାଣି । ରାଜ୍ୟରେ ୭୪ଟି ନୁଆ ମାମଲା ଆସିଥିବା ବେଳେ ଏଥି ମଧ୍ୟରୁ କଳାହାଣ୍ଡିର ୧୧ଟି ନୁଆଁ ମାମଲା ଆସିଛି । ପଜିଟିଭ ମାନେ ଲାଞ୍ଜିଗଡର ୭ ଏବଂ ସଦର ବ୍ଲକ ସଗଡାର ୪ ଜଣ ଥିବାବେଳେ ଏଥିରୁ ଜଣେ କ୍ୱରୋଇନ ସେଣ୍ଟରର ଜଣେ କର୍ମଚାରୀ ବୋଲି ଜଣାପଡିଛି । ସେମାନେ କରେଟାଇନ ସେଣ୍ଟରର ରହିଥିଲେ । ରିପୋର୍ଟ ଆସିବା ପରେ ସମସ୍ତ ଆକ୍ରନ୍ତଙ୍କୁ ଭବାନୀପାଟଣା ଜୁନାଗଡ ରୋଡ ସ୍ଥିତ ସରକାରୀ ଇଂଜିନିୟରିଂ କଲେଜ ସ୍ଥିତ କୋବିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟଚିକିତ୍ସାଅଧିକାରୀ ଡା. ଜଗୁଲାଲ ଅଗ୍ରୱାଲ ପ୍ରକାଶ କରିଛନ୍ତି । ପୁର୍ବରୁ କଳାହାଣ୍ଡି ଜିଲ୍ଲାରେ ୨ପଜିଟିଭ ଚିହ୍ନଟ ହୋଇ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


