୧୧ କେଭି ବିଦ୍ୟୁତ ତାର ଛିଡି ଜଣେ ଆହତ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ବେଗୁନିଆ ଛକ ରେ ଗତ କାଲି ରାତି ୮ଟା ସମୟ ରେ ହଟାତ ୧୧ କେଭି ବିଦ୍ୟୁତ ତାର ଛିଡି ଯିବାରୁ ବଜାର ରେ ମାର୍କେଟିଙ୍ଗ କରୁଥିବା ଏରବଙ୍ଗ ପଞ୍ଚାୟତ ର କୃଷ୍ଣଚନ୍ଦ୍ର ସେନାପତି (୩୭) ଆହତ ହୋଇଥିଲେ। ସେଠାରେ ଥିବା ବିପ୍ଲବୀ ଯୁବ ସଂଗଠନ ର ସଭାପତି ଚନ୍ଦ୍ରକାନ୍ତ ସାହୁ ତାଙ୍କୁ ତୁରନ୍ତ ଗୋପ ମେଡିକାଲ କୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। ଗୋପ ରୁ ବେଗୁନିଆ ଛକ ମଧ୍ୟରେ ବାରମ୍ବାର ବିଦ୍ୟୁତ ତାର ଛିଡୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଦୀର୍ଘ ବର୍ଷଧରି ପୁରୁଣା ତାର ପରିବର୍ତ୍ତନ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଏମିତି ଅଘଟଣ ବାରମ୍ବାର ଘଟୁଛି। ଏ ସମ୍ପର୍କ ରେ ବିଭାଗୟୀ ଅଧିକାରୀଙ୍କୁ ଅନେକ ଅଭିଯୋଗ କଲେ ମଧ୍ୟ୍ୟ କୌଣସି ପ୍ରତିକାର ହେଉନାହିଁ । ଉପଭୋକ୍ତା ମାନଙ୍କ ଠାରୁ ଟଙ୍କା ଆଦାୟ ରେ କୌଣସି ଅବହେଳା କରୁନଥିବା ସ୍ଥଳେ ଉପଯୁକ୍ତ ସେବା ଯୋଗାଇବାରେ କମ୍ପାନୀ ର ବିଫଳତା ପାଇଁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।