୧୧ ଦଫା ଦାବି ନେଇ ବିଜେପି ଛତ୍ରପୁର ମଣ୍ଡଳ ପକ୍ଷରୁ ଏନଏସି କାର୍ଯ୍ୟାଳୟ ଘେରାଉ

ଛତ୍ରପୁର, (ଦେବଦତ୍ତ ମହାରଣା): ଭାରତୀୟ ଜନତା ପାର୍ଟି ଛତ୍ରପୁର ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ (ସନ୍ତ) ଙ୍କ ନେତୃତ୍ୱରେ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଘେରାଉ କରିବା ସହ ଛତ୍ରପୁର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପୁରାତନ ଛତ୍ରପୁର ଏନଏସି କୁ ତୁରନ୍ତ ମୁନିସିପାଲଟି ରମାନ୍ୟତା ପ୍ରଦାନ କରିବା , ଏନଏସି ଅଂଚଳରେ ବର୍ଷ ବର୍ଷ ଧରି ବସବାସ କରୁଥିବା ଗରିବ ପରିବାରଙ୍କୁ ଘର ପଟ୍ଟା ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ତୁରନ୍ତ ପକ୍କା ଘର ଯୋଗାଇ ଦେବା, ବର୍ଦ୍ଧିତ ଘର ଟ୍ୟାକ୍ସ ସଙ୍ଗେ ପରିମଳ ଶୁକ୍ଲ ଶୀଘ୍ର ପ୍ରତ୍ୟାହାର କରିବା, ବିଜ୍ଞାପିତ ଅଂଚଳ ପରିଷଦରେ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡିଥିବା ପରିମଳ ବ୍ୟବସ୍ଥାକୁ ସୁଧାର ଆଣିବା, ଦୀର୍ଘ ଦିନ ଧରି ପୋତି ହୋଇ ରହିଥିବା ନାଳ, ନର୍ଦ୍ଧମା, ଗୁଡିକୁ ବର୍ଷାଦିନ ପୂର୍ବରୁ ପୁନରୁଦ୍ଧାର କରିବା, ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ପ୍ରତ୍ୟେକ ୱାର୍ଡକୁ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇ ଦେବା ସହିତ ପ୍ରତ୍ୟେକ ଛକରେ ଜଳଛତ୍ର ଖୋଲିବା, ବିଜ୍ଞାପିତ ଅଂଚଳ ପରିଷଦରେ ହୋଇଥିବା ଆଲୋକ ବ୍ୟବସ୍ଥା କୁ ସୁଧାର ଆଣିବା, ଦୀର୍ଘ ଦିନ ଧରି ରହିଥିବା ବିଧବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରିବା, ଐତିହାସିକ ପିଲିବନ୍ଧର ସୌନ୍ଦର୍ଯ୍ୟ କାର୍ଯ୍ୟ ତୁରନ୍ତ ସମ୍ପୁର୍ଣ୍ଣ କରି ନିତିଦିନିଆ ପାର୍କ କୁ କାର୍ଯ୍ୟକ୍ଷମ କରିବା, ସମସ୍ତ ବସ୍ ପୁରୁଣା ବସଷ୍ଟାଣ୍ଡ ଦେଇ ଯାତାୟତ କରିବା ସମେତ ୧୧ ଦଫା ଦାବି ନେଇ ଶତାଧିକ ବିଜେପି କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ବାହାରି ଏନଏସି କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର କର, ବିଜେପି ଅନୁସୂଚିତ ଜାତି ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଡ. ସୁବାଷ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର,ମତ୍ସ୍ୟଯିବୀ ନେତା ଭୀମସେନା ବେହେରା, ଓକିଲ ବ୍ରଜମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡି, ଚୈତନ୍ୟ ପ୍ରଧାନ, ନରସିଂହ ପାଢୀ, ଗଣପତି ବାରିକ, ଅମରେଶ ମହାରଣା, ଡି.ସୁରେଶ ରେଡ୍ଡି,ରୁଇନା ପଟ୍ଟନାୟକ, ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ