୧୧ ଦିନରେ ଅରବିନ୍ଦ ଫ୍ୟାଶନ୍ସର ୮ଠ% ଅଭିବୃଦ୍ଧି ହାସଲ
ମୁମ୍ବାଇ, (ଏଜେନ୍ସି): ଅରବିନ୍ଦ ଫ୍ୟାଶନ୍ସ (ଏଏଫ୍ଏଲ୍)ର ଶେୟାର ସୋମବାର ସୁଦ୍ଧା ୧୦% ବୃଦ୍ଧି ପାଇ ୧୦୫୯.୯୫ଟଙ୍କାରେ ରହିଛି । ଏହି ପ୍ରକାରରେ ଶେୟାର ବଜାରରେ ଲଷ୍ଟିଂ ପରେ ୧୧ଟି ସ୍ତରରେ ଏହା ୭୯% ବୃଦ୍ଧି ପାଇଛି । ତେବେ ମଙ୍ଗଳବାର ଏହା ୪.୦୬% ହ୍ରାସ୍ ହୋଇ ୧୦୧୬.୯୫ଟଙ୍କାରେ ରହିଛି । ମାର୍କେଟ୍ ପାର୍ଟିସିପେଣ୍ଟସ୍ଙ୍କ ଅନୁସାରେ ଶେୟାରର ଫେୟାର୍ ମୂଲ୍ୟ ୧୧୦୦ରୁ ୧୩୦୦ ମଧ୍ୟରେ ରହିଛି । ପ୍ରକାଶ ଯେ ଏହି ଶେୟାର ମାର୍ଚ୍ଚ ୮ରେ ଲିଷ୍ଟିଂ ହୋଇଥିଲା । ଠିକ୍ ସେହି ଦିନ ନିବେଶକମାନେ ଚିନ୍ତାରେ ପଡ଼ିଯାଇଥିଲେ, କାହିଁକି ନା ଏହା ବଜାରର ସମ୍ଭାବନା ଠାରୁ ଅତ୍ୟନ୍ତ ନିମ୍ନତମ ସ୍ତରରେ ଖୋଲିଥିଲା । ଏହି ଶେୟାର ବିଏସ୍ଇରେ ୫୯୧.୭୫ଟଙ୍କା ଓ ଏନ୍ଏସ୍ଇରେ ୫୯୨ଶେୟାରରେ ଲିଷ୍ଟ ହୋଇଥିଲା । ବଜାରକୁ ୯୦୦ରୁ ୧୩୦୦ଟଙ୍କା ମଧ୍ୟରେ ପ୍ରାଇସ୍ ଡିସ୍କଭରୀର ଆଶା ପ୍ରକାଶ କରିଥିଲେ । ମାର୍କେଟ୍ ପାର୍ଟିସ୍ପେଣ୍ଟସ୍ କହିଥିଲେ ଯେ ଏକ୍ସଚେଞ୍ଜରମାନେ ଡିମର୍ଜ୍ଡ଼ କମ୍ପାନୀର ଭାଲ୍ୟୁ ସମ୍ବନ୍ଧରେ ନିଜ ବୁଦ୍ଧି ଆଧାରରେ ଯେଉଁ କାଲ୍କୁଲେସନ୍ କରିଥିଲେ, ସେଥିରେ କିଛି ଦ୍ୱନ୍ଦ ରହିଥିଲା । ଏଚ୍ଡ଼ିଏଫ୍ସି ସିକ୍ୟୁରିଟିଜ୍ର ରିଟେଲ୍ ରିସର୍ଚ୍ଚ ମୁଖ୍ୟ ଦୀପକ ଜସାନୀ କହିଛନ୍ତି ଯେ ଆନାଲିଷ୍ଟ୍ସ ଏହାର ମୂଲ୍ୟ ୧୧୦୦ରୁ ୧୩୦୦ଟଙ୍କା ମଧ୍ୟରେ ଆକଳନ କରାଯାଇଛି । ଲିଷ୍ଟିଂ ଦିନ ଏହି ଶେୟାର ନିମ୍ନତମ ସ୍ତରରେ ଖୋଲିଥିଲା । ଏହାର କାରଣ ଏକ୍ସଚେଞ୍ଜର ଆକଳନ ମାସିକ ଆଧାରରେ ପର୍ଯ୍ୟବେସିତ ଥିଲା । ଟ୍ରେଡ଼ର୍ସ ଏହାର କାରବାର ଜାରି ରଖିଛନ୍ତି । ଏଥିସହ ଏହାର ଫେୟାର ଭାଲ୍ୟୁର ନିକଟବର୍ତ୍ତୀ କରାଯାଇଛି । ସେ କହିଛନ୍ତି ଯେ ଏଥିରେ ନିକଟରେ ଭବିଷ୍ୟତରେ ସର୍କିଟ୍ ହିଟ୍ କରିବାର ସମ୍ଭାବନା ନାହିଁ । ଶୁକ୍ରବାର ଏହି ଶେୟାର ପାଇଁ ସର୍କିଟ୍ ଫିଲ୍ଟର ୫%ରୁ ପରିବର୍ତ୍ତିତ କରି ୧୦% କରାଯାଇଥିଲା । ଏହି ଶେୟାରକୁ ଟି ରୁ ବି ଗ୍ରୁପ୍ରେ ସ୍ଥାନାନ୍ତରିତ କରାଯାଇଥିଲା । ଟି ଗ୍ରୁପ୍ର ଣେଶୟାରରେ କେବଳ ଡେଲିଭରି ବେସ୍ଡ଼ ଟ୍ରାଞ୍ଜାକସ୍ନ କରାଯାଇପାରିବ । ଏଥିସହ ଟ୍ରେଡ଼ର୍ସ ସେଥିରେ ଇଣ୍ଟ୍ରା-ଡେ ପୋଜିସନ୍ସ ନେଇପାରିବେ ନାହିଁ । ଅରବିନ୍ଦ ଫ୍ୟାସନ୍ସକୁ ୨୯ନଭେମ୍ବର ୨୦୧୮ରେ ,ହାର ପ୍ୟାରେଣ୍ଟ ୟୁନିଟ୍ ଅରବିନ୍ଦଙ୍କ ଠାରୁ ଅଲଗା କରାଯାଇଥିଲା । ଏହା ବ୍ରାଣ୍ଡେଡ଼୍ ଓ ରିଟେଲ୍ ବ୍ୟବସାୟ ସମ୍ଭାଳିଥାଏ । ଅରବିନ୍ଦ ନିଜ ଶେୟାରଧାରକଙ୍କୁ ନିଜର ପ୍ରତି ୫ଟିଶେୟାର ବଦଳରେ ଅରବିନ୍ଦ ଫ୍ୟାଶନ୍ସର ୪ସମ୍ପୂର୍ଣ୍ଣ ପେଡ଼୍-ଅପ୍ ଇକ୍ୱିଟି ଶେୟାର ଜାରି କରିଥିଲେ । ଏହା ନିକଟରେ ୟୁଏସ୍ ପୋଲୋ ଆସୋସିଏସନ୍, ଫ୍ଲାଇଙ୍ଗ ମେସିନ୍, ଏରୋ ଓ ଟମି ହିଲ୍ଫିଗର୍ ପରି ରିଟେଲ୍ ବ୍ରାଣ୍ଡସ୍ ରହିଛି । ଏହା ନିକଟରେ ଗ୍ୟାପ୍, ସେଫୋରୋ ଓ ଅସିମିତ ସ୍ୱତନ୍ତ୍ର ରିଟେଲ୍ ବ୍ରାଣ୍ଡସ୍ ମଧ୍ୟ ରହିଛି । ଏହା ବ୍ୟତୀତ କ୍ୟାଲ୍ୱିନ୍ କ୍ଲାଇନ୍, ଏୟରୋପୋଷ୍ଟଲ, ଦି ଚିଲିଡ଼୍୍େରନ୍ସ ପ୍ଲେସ୍ ଓ ଇଡ଼ି ହାର୍ଡ଼ୀ ପରି ଇମର୍ଜିଂ ବ୍ରାଣ୍ଡସ୍ ମଧ୍ୟ ଏହା ନିକଟରେ ରହିଛି । ମାର୍ଚ୍ଚ ୨୦୧୮ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିବା ବର୍ଷ ପାଇଁ କମ୍ପାନୀର ପ୍ରେଜେଣ୍ଟେସନ୍ରୁ ଜଣାପଡ଼ୁଛି ଯେ ୧୮୦ ସହର ମଧ୍ୟରୁ ଏହା ନିକଟରେ ୧୩୦୦ଷ୍ଟୋର୍ସ ରହିଛି ।