୧୨ଟି ନୂଆ ବାଟାଲିୟନକୁ ଗ୍ରୀନ୍ ସିଗିନାଲ୍

ନୂଆଦିଲ୍ଲୀ,(ୱାଇଏନ୍‌ସ୍‌) : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିକଟରେ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)କୁ ୧୨ଟି ନୂଆ ବାଟାଲିୟନ ଗଠନ କରିବା ପାଇଁ ଅନୁମତି ଦିଆଯାଇଛିି । ଆସନ୍ତା ଚାରି ବର୍ଷ ଭିତରେ ଏହି ନୂଆ ବାଟାଲିୟନଗୁଡିକୁ ଗଠନ କରାଯିବ । ପ୍ରତି ବର୍ଷ ତିନିଟି ଅତିରିକ୍ତ ବାଟାଲିୟନ ଗଠନ କରିବାକୁ ଯୋଜନା କରାଯାଇଛି । ଏହି ବାଟାଲିୟନଗୁଡିକରେ ସମୁଦାୟ ୧୩,୦୦୦ ଯବାନ ନିୟୋଜିତ ହେବେ । ଏଗୁଡିକୁ ନେପାଳ ଏବଂ ଭୁଟାନ ସୀମାରେ ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବାକୁ ମୁତୟନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ