୧୨ଟି ବିରୋଧୀ ରାଜନୈତିକ ଦଳ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୁପ୍ରିମକୋର୍ଟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌.ଆଇ.ଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ, କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରିବା, ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବା, ସମସ୍ତ ମୃତକମାନଙ୍କର ନାମତାଲିକା ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାର ଦୈନିକ ଖବରକାଗଜରେ ପ୍ରକାଶ କରିବା ଏବଂ ମୃତକଙ୍କୁ ଚିହ୍ନଟ ପ୍ରକ୍ରିୟା ସରଳୀକରଣ କରିବା, ପ୍ରତ୍ୟେକ ମୃତକ ପରିବାରକୁ ତତ୍‌କ୍ଷଣାତ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସମସ୍ତ ଆହତମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଞ୍ôଚବା ପାଇଁ ଆର୍ଥିକ ସହାୟତା ପ୍ରଦାନ, ପ୍ରତ୍ୟେକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳ ବିଭାଗରେ ଖାଲି ପଡ଼ିଥିବା ୩ ଲକ୍ଷ ୧୨ ହଜାର ପଦବୀ ଅବିଳମ୍ବେ ପୂରଣ କରିବା, ରେଳ ବ୍ୟବସ୍ଥାର ସାମଗ୍ରିକ ଭିତ୍ତିଭୂମିର ବିକାଶ, ରେଳ ଧାରଣାର ରକ୍ଷଣା ବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରଗିରୀ କୌଶଳ ‘କବଚ’ ବ୍ୟବହାର କରିବା, ଘରୋଇକରଣ ପ୍ରକ୍ରିୟା ବନ୍ଦ କରିବା, ରେଳଯାତ୍ରାରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ପାଇଖାନା, ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀର ଗୁଣ ବୃଦ୍ଧି, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଲୋକ ରନିଙ୍ଗ ଷ୍ଟାଫ, ଗାର୍ଡ଼ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କ କାର୍ଯ୍ୟ ସମୟ କମାଇବା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେଇ ବଜେଟରେ ଅର୍ଥ ବିନିଯୋଗ କରିବା, ସାଧାରଣ ଯାତ୍ରୀଙ୍କ ଯାତାୟତ ପାଇଁ ଅଧିକରୁ ଅଧିକ ସ୍ଲିପର କୋଚ୍‌, ସାଧାରଣ କୋଚ୍ ପ୍ରଚଳନ କରିବା ସହିତ ସୁଲଭ ମୂଲ୍ୟରେ ରେଳ ଯାତ୍ର କରିବା ସୁବିଧା ଇତ୍ୟାଦି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବା ଏବଂ ୨୦୧୪ ମସିହାରେ କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିଲା ପରେ ରେଳବାଇର ଘରୋଇକରଣ କରିବା ପାଇଁ ବିବେକ ଦେବରାୟ କମିଟିର ସୁପାରିଶ ରେଳ ଭିତ୍ତିଭୂମିକୁ ବିପର୍ଯ୍ୟୟରେ ପରିଣତ କରିଛି । ରେଳବାଇର ଘରୋଇକରଣ ରୋକିବା ପାଇଁ ତୁରନ୍ତ ଦେବରାୟ କମିଟି ପୁସାରିଶକୁ ପ୍ରତ୍ୟାହାର କରିବା ଦାବିରେ ଏକ ୧୫ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ।ଜୁନ୍ ୧୨ ତାରିଖରେ ଏହି ଦାବୀ ନେଇ ଭୁବନେଶ୍ୱର ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ଅନୁରୂପ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ପ୍ରତିବାଦ ଆନ୍ଦୋଳନରେ ଭାରତୀୟ ଜାତୀୟ କଂଗ୍ରେସ, ସି.ପି.ଆଇ, ସି.ପି.ଆଇ(ଏମ୍‌), ସି.ପି.ଆଇ(ଏମ୍‌-ଏଲ୍‌) ଲିବରେସନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ଆମ ଆଦ୍‌ମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତାକ୍ରାନ୍ତି ଦଳ, ଆର.ପି.ଆଇ, ସି.ପି.ଆଇ ଏମ୍‌-ଏଲ (ରେଡଷ୍ଟାର) ପ୍ରମୁଖ ୧୨ଟି ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ ।ଏହି ଆନ୍ଦୋଳନରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ଶିବାନନ୍ଦ ରାୟ, ଜନାର୍ଦ୍ଦନ ପତି, ଲକ୍ଷ୍ମଣ ମୁଣ୍ଡା, ଆଶୀଷ କାନୁନଗୋ, ଜୟନ୍ତ ଦାସ, ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ନିଶିକାନ୍ତ ମହାପାତ୍ର, ରବି ବେହେରା, ସୁଦର୍ଶନ ପ୍ରଧାନ, ହରିଶ ମହାପାତ୍ର, ହେମନ୍ତ କୁମାର, ବିକ୍ରମ ସ୍ୱାଇଁ, ପ୍ରମିଳା, ପ୍ରଭାସ ସାମନ୍ତରାୟ, ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ବିଷ୍ଣୁ ମହାନ୍ତି, ପୁଷ୍ପା ଦାସ, ପ୍ରମୋଦ ସାମଲ, ବଦ୍ରି ନାରାୟଣ ଦାସ, ପ୍ରଦୀପ୍ତ ନାୟକ, ଯତୀନ ମହାନ୍ତି, ସରୋଜ ନାୟକ, ପୂର୍ଣ୍ଣଚନ୍ଦ୍ର ପାଢୀ, ରଜନୀ ମହାନ୍ତି, ଅମିୟ ପାଣ୍ଡବ, ବିଶ୍ୱଜିତ ଦାସ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ସୁରେଶ ରାଉତରାୟ, ଚାମ୍ବୁର ସୋରେନ, ବିଜୟ ମହାନ୍ତି ଏବଂ ନାରାୟଣ ଡାଳୁଆ ପ୍ରମୁଖ ବହୁ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ