୧୨୦କିଲୋ ଗଞ୍ଜେଇ ଜବତ,୨ଗିରଫ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଅଡବା ଥାନା ପୋଲିସ ଦ୍ୱାରା ଗତ କାଲି ୧୨୦କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶକ୍ରମେ ଗଜପତି ଜିଲ୍ଲାର ସମସ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଦିଗୁଣିତ କରାଯାଇଥିବା ବେଳେ ବିଭିନ୍ନ ତନଖି ଜାରି ରହିଛି । ଗତକାଲି ଅଡବା ଥାନା ପୋଲିସ ତରଫରୁ ପେଟ୍ରୋଲିଂ ଚାଲିଥିବାବେଳେ ହାଡୁପଦର ଛକ ଠାରେ ୨ଜଣ ବ୍ୟକ୍ତି ୩ଗୋଟି ବସ୍ତାଶହ ସନ୍ଦେହଜନକ ଭାବେ ଠିଆ ହୋଇଥିବା ଦେଖି ପୋଲିସ ତଦନ୍ତ କରିଥିଲେ । ଏଥିରୁ ଜଣାଗଲା ତିନିଗୋଟି ବସ୍ତାରେ ୧୨୦କିଲୋ ଗଞ୍ଜେଇ ରହିଛି । ଏଗୁଡିକୁ ବ୍ରହ୍ମପୁର ଓ ଭୁବନେଶ୍ୱର ଦେଇ ରାଜ୍ୟ ବାହାରକୁ ଚାଲାଣ କରାଯିବା ପାଇଁ ବସକୁ ୨ଜଣ ଅପେକ୍ଷା କରିଥିଲେ । ଏହି ଘଟଣାରେ ପୋଲିସ ମୋହନା ବ୍ଲକର ଚଡିଆପଦର ଗ୍ରାମର କାନୁଚରଣ ମଲିକ ଏବଂ ବିହାର କୌଶଲି ଜିଲ୍ଲା ମୋହାନ ଗରର ପପୁ ସାହାକୁ ଗିରଫ କରାଯାଇଛି । ଗତକାଲି ଏହି ଦୁଇଜଣକୁ କୋର୍ଟକୁ ଚାଲାଣ କରାଯାଇଥିବା ଅଡବା ଆଇଆଇସି ଅଜୟ ବାରିକ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଗଜପତି ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଛି । ପ୍ରତ୍ୟେକ ମାସରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ତରଫରୁ ଶହଶହ କିଲୋ ଗଞ୍ଜେଇ ଜବତ କରାଯିବା ସହ ବହୁ ଚୋରା ଚାଲାଣକାରୀଙ୍କୁ ଗିରଫ କରା ଯାଉଛି । ଆନ୍ତର୍ଜାତିକ ଏବଂ ଭାରତର ବିଭିନ୍ନ ଚୋରା ବଜାରରେ ଗଜପତି ଜିଲ୍ଲାର ଗଞ୍ଜେଇ ଏକ ନମ୍ବର କିସମର ଚାହିଦା ରହିଛି । ତେଣୁ ଅନେକେ ବିଶେଷ ଭାବେ ଅର୍ଥ ଉପାର୍ଜନ ପାଇଁ ଗଞ୍ଜେଇ ଚାଲାଣକୁ ମୁଖ୍ୟ ପେଷା ଭାବେ ଗ୍ରହଣ କରି ନେଇଛନ୍ତି । ଏଣୁ ଯେତେ ଚଢାଉ ଓ ଗିରଫ କରାଯାଇଥିଲେ ମଧ୍ୟ ଗଜପତିରେ ଗଞ୍ଜେଇ ଚୋରା ଚାଲାଣ ଜାରି ରହିଛି । ବର୍ତ୍ତମାନ ଅଡବା ପୋଲିସ ଦ୍ୱାରା ଜବତ ହୋଇଥିବା ୧୨୦କିଲୋ ଗଞ୍ଜେଇର ମୁଲ୍ୟ ଚୋରା ବଜାରରେ ୧୦ରୁ ୧୫ ଲକ୍ଷଟଙ୍କା ବିନିମୟରେ ବିକ୍ରି ହୋଇଥାନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ