୧୨୦ ପ୍ରାଦେଶିକ ସେନା ପକ୍ଷରୁ ପୂର୍ବତନ ସୈନିକ ଦିବସ ପାଳିତ

ଭୁବନେଶ୍ୱର – ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା ପାଇଁ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ଭୁବନେଶ୍ୱର ପ୍ରାଙ୍ଗଣରେ ୧୪ ଜାନୁଆରୀ ୨୦୨୦ ଦିନ ଚତୁର୍ଥ ପୂର୍ବତନ ସୈନିକ ଦିବସ ପାଳନ କରାଯାଇଥିଲା । ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ସର୍ବପ୍ରଥମେ ସହିଦ ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହାରାହାରି ୧୦୦୦ ଭୂତପୂର୍ବ ସୈନିକ ଉପସ୍ଥିତ ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ, ୧୯୬୫ ଏବଂ ୧୯୭୧ ମସିହା ଯୁଦ୍ଧରେ ଯୋଗଦେଇଥିବା ୯୮ ବର୍ଷ ବୟସ୍କ ଭାଇସ ଆଡମିରାଲ ଏସ ଏଚ ଶର୍ମା, ପିଭିଏସଏମ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଅବସରପ୍ରାପ୍ତ ବ୍ରିଗେଡିୟର ବିପି ପଟ୍ଟନାୟକ ତାଙ୍କ ସ୍ୱାଗତ ଭାଷଣରେ ଓଡ଼ିଶାର ଉନ୍ନତି ପାଇଁ ଅବସରପ୍ରାପ୍ତ ସୈନିକମାନଙ୍କର ଯୋଗଦାନକୁ ସ୍ମରଣ କରିଥିଲେ । ସେ ତାଙ୍କ ଭାଷଣରେ ଭୂତପୂର୍ବ ସୈନିକମାନଙ୍କର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ଅନୁଭୂତି କିପରି ଏହି ପ୍ରଦେଶ ଓ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିନିଯୋଗ କରାଯାଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୫ ଜଣ ବୀର ନାରୀଙ୍କୁ ସମ୍ମାନିତ କରିଥିଲେ । ଏହି ଦିବସରେ ସମସ୍ତ ସୈନିକ ଓ ଭୂତପୂର୍ବ ସୈନିକଙ୍କୁ ଶୁଭେଚ୍ଛା ଜଣଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ