୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଜଗନ୍ନାଥପ୍ରସାଦ ବ୍ଳକର ସମିତି ସଭ୍ୟ ଓ ସଭ୍ୟା ମାନେ ଏକ ୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସଂଘର ଆହ୍ବାନକ୍ରମେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଭେଟି ସେମାନଙ୍କ ଦାବି ସଂର୍ପକରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତରେ ସରପଞ୍ଚ ମାନଙ୍କ ଅଧିକ କ୍ଷମତା ରହିଥିବା ବେଳେ ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣପତ୍ରରେ ସମିତିସଭ୍ୟ ମାନଙ୍କ ସ୍ବାକ୍ଷର ବ୍ୟବସ୍ଥା,ଉନ୍ନୟନ କାର୍ଯ୍ୟରେ ସମିତି ସଦସ୍ୟଙ୍କୁ ସାମିଲ କରିବା ସହ ବିଜୟୀ ପ୍ରମାଣ ପତ୍ର ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ସମିତିସଭ୍ୟ ସଂଘ ସଭାପତି ରଞ୍ଜିତ କୁମାର ପାତ୍ର,ଉପ ସଭାପତି ପିଣ୍ଟୁ ପ୍ରଧାନ,ସମ୍ପାଦକ ଯୁଧିଷ୍ଠିର ସେଠୀ,କୋଷାଧ୍ୟକ୍ଷ ସତ୍ୟବାନ ନାୟକ,ଉପଦେଷ୍ଟା ତଥା କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,କିଶୋର ପ୍ରଧାନ ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ।