ଆକ୍ରମଣ ମାମଲା ଅଭିଯୁକ୍ତ ଗିରଫ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଭିକା ସେଠୀ ତାଙ୍କ ପଡୋଶୀ ସୁରେନ୍ଦ୍ର ସେଠୀ ଙ୍କୁ ଘାତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭିକା ଙ୍କ କାତୁଆ ମାଡ଼ରେ ସୁରେନ୍ଦ୍ର ଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି।ସୁରେନ୍ଦ୍ର ଚିକିତ୍ସାଧୀନ ଥିବା ବେଳେ ଅଭିଯୁକ୍ତ ଭିକା ଙ୍କୁ  ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୬୪/୨୩ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପଦ୍ମନାଭପୁର ଗ୍ରାମ ଓଡ଼ିଆ ସାହିର ଭିକା ସେଠୀଙ୍କ ପରିବାର ସଦସ୍ୟ ଙ୍କ ସହ ତାଙ୍କ ପଡୋଶୀ ସୁରେନ୍ଦ୍ର ସେଠୀ ଙ୍କ ପରିବାର ସଦସ୍ୟ ଙ୍କ ମଧ୍ୟରେ ପାଣି ପାଇଁ  ଶନିବାର ଗଣ୍ଡଗୋଳ ହୋଇଥିଲା। ସୁରେନ୍ଦ୍ର  ଙ୍କ ଝିଅ ମମତା  ନିଜ ଘର ପିଣ୍ଡା ରେ ଛିଡାହୋଇ ମୋବାଇଲ ଦେଖୁଥିଲେ । କିନ୍ତୁ ଗଣ୍ଡଗୋଳ ଘଟଣା ମୋବାଇଲ ରେ ରେକଡ଼ିଂ କରାଯାଉଥିବା ଭାବନା କରି ଭିକା ଙ୍କ ଝିଅ ଭବାନୀ ପ୍ରଥମେ ମମତାଙ୍କ ଚୁଟି ଧରି ରାସ୍ତା ଉପରକୁ ଘୋଷାରି ଆଣିଥିଲେ । ସେଠାରେ ଉପସ୍ଥିତ ଥିବା ମମତାଙ୍କ ବାପା ସୁରେନ୍ଦ୍ର ଏହାର ପ୍ରତିବାଦ କରିବାରୁ ଭବାନୀ ଙ୍କ ବାପା ଭିକା ସୁରେନ୍ଦ୍ର ଙ୍କୁ ଏକ ଲୁହା କାତୁଆରେ ମୁଣ୍ଡକୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସୁରେନ୍ଦ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ସୁରେନ୍ଦ୍ରଙ୍କ ପରିବାର  ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି  ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା ବୋଲି  ଥାନା ଆଇ ଆଇ ସି  ଦିପ୍ତୀରଞ୍ଜନ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ