୧୨ ଭାଷାରେ ସାମ୍ସଙ୍ଗ୍ ମେକ୍ ଫର୍ ଇଣ୍ଡିଆ ଗାଲାକ୍ସି ଆପ୍ ଷ୍ଟୋର୍

ନୂଆଦିଲ୍ଲୀ, (ଏଜେନ୍ସି): ଗାଲାକ୍ସି ଆପ୍ ଷ୍ଟୋର ବର୍ତ୍ତମାନ ସାମ୍ସଙ୍ଗ ୟୁଜରଙ୍କୁ ପର୍ସୋନାଲାଇଜଡ଼୍ ଆପ୍ ସୁପାରିଶ୍ କରିବା ସହ ସାଇନ୍ ଇନ୍ ବିନା ଡାଉନ୍ଲୋଡ଼ର ସୁବିଧା ପ୍ରଦାନ କରିଥାଏ । ୟୁଜର ଡାଟାବେସ୍କୁ ମଜ୍ବୁତ କରିବା ସହ ସାମ୍ସଙ୍ଗ ଇଣ୍ଡିଆ ଆଜି ଇଣ୍ଡସ୍ ଆପ୍ ବଜାର ସହିତ ସହଭାଗୀତାର ଘୋଷଣା କରିଛି । ଯଦ୍ୱାରା ୟୁଜରମାନେ ୧୨ଟି ଭାରତୀୟ ଭାଷାରେ ସେମାନଙ୍କ ପ୍ରିୟ ମୋବାଇଲ୍ ଆପ୍ଲିକେସନର ବ୍ୟବହାର କରିପାରିବେ । “ଟାୟାର ୨ ଓ ଟାୟାର ୩ ମାର୍କେଟରେ ସ୍ମାର୍ଟଫୋନ୍ ଓ ମୋବାଇଲ୍ ଆପ୍ଲିକେସନ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ପ୍ରମୁଖ ମାର୍କେଟଗୁଡ଼ିକର ଅନୁଧ୍ୟାନ କରାଯାଇ ଇଣ୍ଡସ୍ ଆପ୍ ବଜାର ସହିତ ସହଭାଗୀତା ସ୍ଥାପନ ହୋଇଛି । ଯଦ୍ୱାରା ସ୍ଥାନୀୟ ଭାଷାରେ ବୃଦ୍ଧିପ୍ରାପ୍ତ ଚାହିଦାକୁ ପୁରଣ କରାଯାଇପାରିବ । ଏହି ସହଭାଗୀତା ଦ୍ୱାରା ଗ୍ରାହକମାନେ ଇଂରାଜୀ ସହିତ ୧୨ ଟି ଭାରତୀୟ ଭାଷାରେ ବ୍ୟବହାର କରିପାରିବେ । ସାମସଙ୍ଗର ସଦ୍ୟତମ “ମେକ୍ ଫର ଇଣ୍ଡିଆ’ ନିୟୁତାଧିକ ଭାରତୀୟଙ୍କୁ ଗାଲାକ୍ସି ଆପ୍ ଷ୍ଟୋର୍ରେ ସେମାନଙ୍କ ପ୍ରିୟ ଆପ୍କୁ ଆଞ୍ଚଳିକ ଭାଷାରେ ବ୍ୟବହାର କରିପାରିବେ । ଗାଲାକ୍ସି ଆପ୍ ଷ୍ଟୋର୍ ଇଂରାଜୀ, ମାଲାୟଲମ୍, ତେଲୁଗୁ, ତାମିଲ, ଓଡ଼ିଆ, ଆସାମି, ପଞ୍ଜାବୀ, କନ୍ନାଡ଼ା, ଗୁଜୁରାଟି, ହିନ୍ଦୀ, ଉର୍ଦ୍ଦୁ, ବେଙ୍ଗଲି ଓ ମରାଠି ଭାଷାରେ ଉପଲବ୍ଧ ରହିଛି । ଗାଲାକ୍ସି ଆପ୍ ଷ୍ଟୋର ଏକ ଦୃଢ ପର୍ସୋନାଲାଇଜ୍ଡ ସୁପାରିଶ୍ ଇଞ୍ଜିନ୍ ପ୍ରଦାନ କରିଥାଏ ଯଦ୍ୱାରା ୟୁଜରମାନେ ଆପ୍କୁ ଡାଉନଲୋଡ୍ କରିପାରିବେ ଯାହା ସେମାନଙ୍କର ଆବଶ୍ୟକତାକୁ ସଠିକ୍ ରୁପେ ପୁରଣ କରିପାରିବ । ଭାରତ ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ସ୍ୱରୂପ ଗାଲାକ୍ସି ଆପ୍ସ ଭାରତୀୟ ଇନୋଭେସନକୁ ସାମ୍ସଙ୍ଗ ସ୍ମାର୍ଟଫୋନ୍ ୟୁଜର୍ମାନଙ୍କୁ ଏକ ସ୍ୱତନ୍ତ୍ର ସେକ୍ସନ ମାଧ୍ୟମରେ ପ୍ରଦାନ କରିବ । କମ୍ପାନୀ ଟିଭି, ସ୍ମାର୍ଟଫୋନ୍, ଓି୍ୱରେବଲ୍ ଡିଭାଇସ୍, ଟାବ୍ଲେଟ, ଡିଜିଟାଲ୍ ଆପ୍ଲିଆନ୍ସେସ୍, ନେଟୱର୍କ ସିଷ୍ଟମ ଓ ମେମୋରି, ସିଷ୍ଟମ ଏଲ୍ଏସ୍ଆଇ, ଫାଉଣ୍ଡର ଏବଂ ଏଲ୍ଇଡ଼ି ସଲ୍ୟୁସନ କ୍ଷେତ୍ରରେ ସାରା ବିଶ୍ୱରେ ଅନେକ ନୂତନତା ଆଣିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ