୧୩ଟି କରୋନା ସଂକ୍ରମିତ ସହର ଉପରେ କ୍ୟାବିନେଟ ସଚିବଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଦେଶର ସର୍ବାଧିକ ସଂକ୍ରମିତ ୧୩ଟି ମହାନଗରୀର କୋଭିଡ-୧୯ ସ୍ଥିତି ସମ୍ପର୍କରେ ପୌରାୟୁକ୍ତ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । ଏଥିରେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ । ଦେଶର ପ୍ରାୟ ଶତକଡା ୭୦ ଭାଗ କରୋନା ସଂକ୍ରମଣ ମାମଲା ଏହି ୧୩ଟି ମହାନଗରୀରୁ ଆସିଥିବା ଦୃଷ୍ଟିରୁ ଏପରି ବୈଠକ ବିଶେଷ ଗୁରୁତ୍ଵ ବହନ କରୁଛି । ଏହି ୧୩ଟି ମହାନଗରୀ ହେଉଛି ମୁମ୍ଭାଇ, ଚେନ୍ନାଇ, ଦିଲ୍ଲୀ/ନୂଆଦିଲ୍ଲୀ, ଅହମଦାବାଦ, ଥାଣେ, ପୁଣେ, ହାଇଦ୍ରାବାଦ, କୋଲକାତା/ ହାୱଡା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପାଟ୍ଟୁ ଏବଂ ଥିରୁଭାଲ୍ଲୁର । ବୈଠକରେ ପୌର ମହାନିଗମର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ଵାରା କୋଭିଡ ପରିଚାଳନାଗତ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସରକାର ସହରାଞ୍ଚଳରେ କୋଭିଡ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି । ଏହି ମାର୍ଗଦର୍ଶିକାରେ ହାଇ ରିସ୍କ ଫ୍ୟାକ୍ଟର, ସଂକ୍ରମଣ ହାରର ପୃଷ୍ଟି, ମୃତ୍ୟୁହାର, ଦ୍ଵିଗୁଣିତ ହେବା ହାର ଏବଂ ଏକ ନିୟୁତରେ ନମୁନା ପରୀକ୍ଷା ହାର ଉପରେ ମୁଖ୍ୟତଃ ଗୁରୁତ୍ଵାରୋପ କରାଯାଇଛି । ସ୍ଥାନର ଭୌଗଳିକ ଅବସ୍ଥିତ, ସଂକ୍ରମଣ ମାମଲା, ସଂସ୍ପର୍ଶଗତ ସଂକ୍ରମଣ ଇତ୍ୟାଦିକୁ ବିଚାରକୁ ନେଇ ଆବଧାଞ୍ଚଳ ଘୋଷଣା କରିବାକୁ କେନ୍ଦ୍ର ସରକାର ଗୁରୁତ୍ଵ ଦେଇଛନ୍ତି । ଏହା ଫଳରେ ସେ ଅଞ୍ଚଳରେ ଲକଡାଉନ ଜନିତ ନିୟମାବଳିଗୁଡିକୁ କଡାକଡି ପାଳନ କରାଯାଇପାରିବ ।
ପୌର ନିଗମ, ଆବାସିକ କଲୋନୀ, ମୋହଲା, ୱାର୍ଡ, ଥାନାଞ୍ଚଳ, ପୌରାଞ୍ଚଳ ବା ସହରକୁ ଆବଶ୍ୟକତା ଅନୁସାରେ ଆବଧାଞ୍ଚଳ ଭାବେ ଘୋଷଣା କରିପାରିବେ । ସ୍ଥାନୀୟ ସ୍ତରରୁ ବୈଷୟିକ ତଥ୍ୟ ନେଇ ବିଭିନ୍ନ ଅଞ୍ଚଳ କେଉଁ ଜୋନରେ ଯିବ ତାହା ସ୍ଥିର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ