୧୩ତମ ଟାଟା ଷ୍ଟିଲ ସ୍ୱେଚ୍ଛାସେବୀ ସପ୍ତାହର ଶୁଭାରମ୍ଭ

ଯୋଡ଼ା (ଯୁଗାଦ୍ଦ) : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର ହନୁମାନ ହଟିଂରେ ଅବସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଟାଟାଷ୍ଟିଲର ୧୩ତମ ଟାଟା ସ୍ୱେଚ୍ଛାସେବୀ ସପ୍ତାହର ଶୁଭାରମ୍ଭ କରାଯାଇଛି । ଉକ୍ତ ଅଧିବେସନରେ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ର ଅଧିକାରୀମାନେ ପିଲାମାନଙ୍କ ସହିତ ଦାନ୍ତ ସ୍ୱଚ୍ଛତା ଉପରେ ଏକ ଅଧିବେସନର ଆୟୋଜନ କରିବା ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ରର ପ୍ରାୟ ୩୦ ଜଣ ପିଲାମାନଙ୍କୁ ଟୁଥବ୍ରସ୍‌, ଟୁଥ୍‌ପେଷ୍ଟ ଓ ଟଙ୍ଗ କ୍ଲିନ୍ ଥିବା ଏକ ଡେନ୍ଟାଲ୍ କିଟ୍ ପ୍ରଦାନ କରିଥିଲେ । ଏହାବ୍ୟତୀତ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଖଣ୍ଡବନ୍ଧ ବସ୍ତିରେ ଚର୍ମ ଓ ଶିଶୁ ରୋଗ ଉପରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ରେ ପ୍ରାୟ ୮୪ଜଣ ଛାତ୍ରୀଛାତ୍ର ଉପକୃତ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଟାଟା କର୍ମଚାରୀ , ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଦ୍ୱାରା ପ୍ରତ୍ୟେକ ବର୍ଷ ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଟାଟା ସ୍ୱେଚ୍ଛାସେବୀ ସପ୍ତାହ ପାଳନ ଅବସରରେ ଏକ କ୍ଷୁଦ୍ର ସ୍ୱେଚ୍ଛାସେବୀ କାର୍ଯ୍ୟ କରାଯାଉଛି । ଏହି ମାସିକିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଡ଼ାଠାରେ ସଚେତନତା ଅଧିବେସନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ