କିଛି ସ୍ୱୟଂ ସହାୟିକା ମହିଳାଙ୍କୁ ନେଇ ପଂଚାୟତରାଜ ଦିବସ ପାଳିଲା ବ୍ଲକ ପ୍ରଶାସନ
ନାଉଗାଁ, : ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲା,ବ୍ଲକ ଓ ପଂଚାୟତ ଆଦିରେ ପଂଚାୟତିରାଜ ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଉତ୍ସବ ପାଳନ ପାଇଁ ବିଭାଗ ପକ୍ଷରୁ ବ୍ଲକ ପାଇଁ ୬୦ ହଜାର ଓ ପଂଚାୟତ ପାଇଁ ୪ହଜାର ଟଙ୍କା ଅର୍ଥ ମଂଜୁର କରାଯାଇଥିଲା । ବ୍ଲକ ଏହି କାର୍ଯ୍ୟକ୍ରମ ବ୍ଲକର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିରେ ଜନପ୍ରତିନିଧିଙ୍କ ସମେତ ଅଧିକାରୀ ଓ ନିମନ୍ତ୍ରିତ ଜନଧାରଣମାନେ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମକୁ ବିଡିଓ ନୋଡାଲ ଅଧିକାରୀ ଭାବେ ପରିଚାଳନା କରିବେ । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପ୍ରଦର୍ଶିତ କରାଯିବା ସହିତ ଯୋଜନାର ସଫଳତା ଉପରେ ଆଲୋକପାତ କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ଜନସାଧାରଣଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ କିଛି ସ୍ୱୟଂ ସହାୟିକା ମହିଳାଙ୍କ ସହିତ କିିଛି ଜନପ୍ରତିନିଧିକୁ ନେଇ ଉକ୍ତ କାର୍ଯ୍ୟକ୍ରମକୁ ଶେଷ କରି ଦିଆ ଯାଇଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ପକ୍ଷରୁ ଯେଉଁ ଉର୍ଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏଥିରେ ସେଭଳି କିଛି କାର୍ଯ୍ୟକ୍ରମ କରାଯାଇ ନଥିବା ଅଭିଯୋଗ ହେଉଛି । ଏସଂର୍ପକରେ ଜିପିଇଓ ଦିନେଶ ରାୟଙ୍କୁ ପଚାରିବାରୁ ସଂୟ ସହାୟିକା ଗୋଷ୍ଠୀ ମହିଳାଙ୍କୁ ନେଇ କାର୍ଯ୍ୟକ୍ରମକୁ ସଫଳ କରାଯାଇଥିବା କହିଥିବା ବେଳେ ମାଇକି ଦ୍ୱାରା ପଚାର ସଂର୍ପକରେ ପଚାରିବାରୁ ନିରବ ରହିଥିଲେ । ସେହିପରି ପ୍ରତି ପଂଚାୟତର ପଂଚାୟତ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଂଚାୟତର ଜନପ୍ରତିନିଧି, ଅଧିକାରୀ ଓ ଜନସାଧାରଣମାନେ ରହିବେ ।ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଭାବେ ପଂଚାୟତ କାର୍ଯ୍ୟ ନିର୍ବିାହୀ ଅଧିକାରୀମାନେ ପରିଚାଳନା କରିଥିଲେ ।


