ବଲିଉଡ୍‌ରେ ନିଜର ୧୩ ବର୍ଷ ସମ୍ପୂର୍ଣ୍ଣ କଲେ ଦୀପିକା

ନୂଆଦିଲ୍ଲୀ: ଫରାହ ଖାନ୍‌ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଓମ୍‌ ଶାନ୍ତି ଓମ୍‌’ ଆଜି ୧୩ ବର୍ଷ ପୂରଣ କରିଛି। ଏଥିସହ ବଲିଉଡ୍‌ ରାଣୀ ଦୀପିକା ପାଦୁକୋଣ ମଧ୍ୟ ବଲିଉଡ୍‌ରେ ନିଜର ୧୩ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଚଳଚ୍ଚିତ୍ର ଜରିଆରେ ଦୀପିକା ବଲିଉଡ୍‌ରେ ପାଦ ଥାପିଥିବା ବେଳେ ଏଥିରେ ତାଙ୍କ ନିଖୁଣ ଅଭିନୟ ଓ ଅପରୂପ ସୌନ୍ଦର୍ଯ୍ୟ ରାତାରାତି ତାଙ୍କୁ ସୁପରଷ୍ଟାର୍‌ କରି ଦେଇଥିଲା। ଏଥିସହ ଏଥିପାଇଁ ସେ ଶ୍ରେଷ୍ଠ ମହିଳା ଡେବ୍ୟୁର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଏହାପରେ ବହୁ ଆଇକନିକ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଭାରତୀୟ ଚଳଚ୍ଚିତ୍ର ଜଗତର ଏକବିଂଶ ଶତାବ୍ଦୀ ଶ୍ରେଷ୍ଠ ‌ଅଭିନେତ୍ରୀ ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ