ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରକ, ବାପା ଓ ପୁଅ ଆହତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମଙ୍ଗଳବାର ସକାଳେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଏକ ଟ୍ରକ (ଓଆର୦୭ କ୍ୟୁ ୬୩୩୯) ଓଲଟି ପଡିବାରୁ ଟ୍ରକ୍ ଚାଳକ ଓ ତାଙ୍କ ପୁଅ ଆହତ ହୋଇଛନ୍ତି । ଆହତ ମାନେ ହେଲେ ବାଲିପଦର ଫାଣ୍ଡି ସୋଡକ ଗ୍ରାମର ସୁଶାନ୍ତ ବାଢେଇ (୫୫) ଓ ସମିର ବାଢେଇ (୨୩) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପ୍ରକାଶ ଯେ, ଟ୍ରକ ଟି ବ୍ରହ୍ମପୁର ଠାରୁ ଜିନିଷ ଓହ୍ଲାଇ ଆସିକା ଅଭିମୁଖେ ଯାଉଥିବା ବେଳେ ବ୍ରେକ ଫେଲ ହୋଇଥିବାରୁ ଚୈତନ୍ୟପଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।


