୧୩ ରେ ନାଗା ନାଚ ରେ ଉଦଯାପିତ ହେବ ଶ୍ରୀ ଗୋପୀନାଥ ଦେବ ଙ୍କ ଚନ୍ଦନ ଯାତ୍ରା

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଶାସନ ରେ ପୂଜା ପାଇ ଆସୁଥିବା ଗୋପୀନାଥ ଦେବ ଙ୍କ ମନ୍ଦିର ରେ ପାରମ୍ପରିକ ଚନ୍ଦନ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ତିଥି ଠାରୁ ଆରମ୍ଭ ହୋଇଛି। ଉକ୍ତ ଚନ୍ଦନ ଯାତ୍ରା ଉତ୍କଳେ ଭଉଁରୀ ଅର୍ଥାତ ୧୩ ତାରିଖ ଶନିବାର ଦିନ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକଦିନ ଠାକୁର ଙ୍କ ଚଳନ୍ତି ପ୍ରତିମା ଏକ ସୁସଜ୍ଜିତ ମଣି ବିମାନ ରେ ଯାଇ ଭାର୍ଗବୀ ନଦୀ ରେ ଚାପ ଖେଳୁଛନ୍ତି। ଶନିବାର ସଂଧ୍ୟାରେ ଠାକୁର ଘର ଘର ଭୋଗ ଖାଇବେ। ଏଥିପାଇଁ ଗ୍ରାମ ରେ ପାରମ୍ପରିକ ପ୍ରଥା ଅନୁସାରେ ନାଗା ନାଚ ଅନୁଷ୍ଠିତ ହେବ । ଠାକୁର ଙ୍କ ସମ୍ମୁଖରେ ନାଗାନାଚ,ଘୋଡ଼ା ନାଚ, ସାହି ଯାତ ନାଚ,ଅସୁର/ଅସୁରୁଣୀ ନାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଗ୍ରାମ ର ବ୍ରାହ୍ମଣ ପରିବାର ଙ୍କ ପକ୍ଷରୁ ମାନସିକ କରିଥିବା ବ୍ୟକ୍ତି ମାନେ ନିଜକୁ ନାଗା ଭାବେ ସଜାଇ ଢୋଲ ମହୁରୀ ବାଜା ର ତାଳ ରେ ବୀର ଭଙ୍ଗୀ ରେ ନୃତ୍ୟ କରିବେ। ଅତୀତ ରେ ପୁରୀ ଗଜପତି ଙ୍କ ପ୍ରୋତ୍ସାହନ ରେ ବିଭିନ୍ନ ବ୍ରାହ୍ମଣ ଶାସନ ରେ ଯୁବକ ମାନେ ମଲ୍ଲ ଯୋଦ୍ଧା ଭାବେ ତାଲିମ ନେଉଥିଲେ। ଦରକାର ପଡିଲେ ଏହି ଯୋଦ୍ଧା ମାନେ ବିଦେଶୀ ଶତ୍ରୁ ଙ୍କ ଆକ୍ରମଣ ରୁ ଶ୍ରୀ ମନ୍ଦିର ଓ ଶ୍ରୀ ଜଗନ୍ନାଥ ଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ଏହି ମଲ୍ଲ ଯୋଦ୍ଧା ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନାଗା ନାଚ କରି ନିଜ ଦକ୍ଷତା କୁ ସାଧାରଣରେ ପ୍ରଦର୍ଶନ କରିବା ସହିତ ଭକ୍ତ ଓ ଗ୍ରାମବାସୀ ମାନଙ୍କ ମନୋରଞ୍ଜନ କରିଥାନ୍ତି। ଏବେ ଆଉ ଶ୍ରୀ ମନ୍ଦିର ସୁରକ୍ଷା ଦାୟୀତ୍ବ ନାଗା ମାନଙ୍କୁ ଦିଆଯାଉ ନାହିଁ କିନ୍ତୁ ରହି ଆସିଥିବା ପରମ୍ପରା କିଛି ଗ୍ରାମ ରେ ଦେଖିବାକୁ ମିଳୁଛି।ଗୋପୀନାଥ ଦେବ ଙ୍କ ଚନ୍ଦନ ଯାତ୍ରା ପାଇଁ ହରିପୁର ଗାଁ ଉତ୍ସବ ମୁଖର ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ