୧୪ଠ ଟଙ୍କାରେ ବିକ୍ରି ହେଉଛି ଉପଭୋକ୍ତାଙ୍କ ପ୍ରୋଫାଇଲ୍
ନୂଆଦିଲ୍ଲୀ, (ଯୁଗାଦ୍ଧ ନ୍ୟୁଜ୍): ୱାଲ୍ଡ୍ର ୱାଇଡ଼୍ ୱେବ୍ରେ ଉପଭୋକ୍ତାଙ୍କ ପ୍ରୋଫାଇଲ୍ ମାତ୍ର ୧୪୦ ଟଙ୍କାରେ ବିକ୍ରି ହେଉଛି । ତେବେ କେବଳ ହାକର୍ସ ନୁହେଁ ବରଂ କମ୍ପାନୀଗୁଡ଼ିକ ଓ ମାର୍କେଟ୍ ରିସର୍ଚ୍ଚର ମଧ୍ୟ ଏହି ଡାଟାକୁ କିଣୁଛନ୍ତି । ହେଲେ କୌଣସି ବି ଉପଭୋକ୍ତା ଏ ସମ୍ବନ୍ଧରେ ଅବଗତ ନାହାଁନ୍ତି । ଡାର୍କ ୱେବ୍ ନାମକ ଏହି ଦୁନିଆ ରେଗୁଲେଟର୍ ବ୍ରାଉଜର୍ସ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବନି । କେବଳ ଟର୍ ପରି ନିଜର ସୋର୍ସ ସଫ୍ଟୱେୟାର୍ ଯାହାକି ଅଜଣା କମ୍ୟୁନିକେସନ୍ର ଅନୁମତି ଦେଇଥାଏ, ତାହା ମାଧ୍ୟମରେ ହିଁ ଡାର୍କ ୱେବ୍କୁ ଆକ୍ସେସ୍ କରାଯାଇପାରିବ । ଇଣ୍ଟରନେଟ୍ର ଏହି ଲୁକ୍କାୟିତ ଅଂଶରେ ହାକର୍ସ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସୂଚନା ପ୍ରଦାନ କରୁଛନ୍ତି । ଏଥିରେ ପାସ୍ୱାର୍ଡ଼, ଟେଲିଫେ୍ାନ୍ ନମ୍ବର ଓ ଇମେଲ୍ ଆଇଡ଼ି ପରି ସୂଚନା ସାମିଲ ରହିଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ଡାଟା ପ୍ରାପ୍ତକାରୀଙ୍କ ମଧ୍ୟରେ ସାଇବର୍ ଆକ୍ରମଣକାରୀ, ଉପଭୋକ୍ତଙ୍କ ବ୍ୟବହାର ଟ୍ରାକ କରୁଥିବା ଓ ସେହି ଲୋକମାନେ ସାମିଲ ଯେଉଁମାନେ ସେହି ଭିଡ଼ିଓ ଷ୍ଟ୍ରିମିଂ ସାଇଟ୍ସ୍ର ମାଗଣା ଆକ୍ସେସ୍ ଚାହୁଁଛନ୍ତି, ଯାହାର ପେମେଣ୍ଟ ଉପଭୋକ୍ତା କରିଥାନ୍ତି । ତେବେ ଚିନ୍ତାର ବିଷୟ ହେଉଛି ଯେ ଏପରି ଡାଟାକୁ ସେହି କମ୍ପାନୀଗୁଡ଼ିକ ଦ୍ୱାରା କିଣା ଯାଉଛି ଯେଉଁମାନେ ନିଜ ପ୍ରତିଦ୍ୱନ୍ଦିଙ୍କ ଉପଭୋକ୍ତା ବେସ୍ର ସୂଚନା ପାଇବାକୁ ଚାହୁଁଛନ୍ତି । ଏହି କମ୍ପାନୀଗୁଡ଼ିକ ସମ୍ବେଦନଶୀଳ ଓ କ୍ରୁଶଳ ଡାଟା ରଖୁଥିବା ନିଜ ବିରୋଧି କମ୍ପାନୀଗୁଡ଼ିକର ମୁଖ୍ୟ ଏଗ୍ଜିକ୍ୟୁଟିଭ୍କୁ ମଧ୍ୟ ଟ୍ରାକ୍ କରିବାକୁ ଚାହୁଁଛନ୍ତି । ହାକର୍ସଙ୍କ ଗୋଟିଏ ଗ୍ରୁପ୍ ଯେଉଁଠି ଇନ୍କ୍ରିପ୍ଟେଡ଼୍ ସହିତ ଡାଟା ଲିକ୍ କରିଥାଏ, ଅନ୍ୟପକ୍ଷରେ ଅନ୍ୟ ଏକ ଗ୍ରୁପ୍ ତାହାକୁ ଡିକ୍ରିପ୍ଟ କରିଥାଏ । ଏକ ସ୍ୱତନ୍ତ୍ର ସାଇବର୍ସିକ୍ୟୁରିଟି ରିସର୍ଚର ରାଜ୍ଶେଖର ରାଜାହରିୟାଙ୍କ ଅନୁସାରେ ଏବେ ଏକ ତୃତୀୟ ଗ୍ରୁପ୍ ଏହି ଡିକ୍ରିପ୍ଟେଡ଼୍ ପାସ୍ୱାର୍ଡ଼ର ଲିଷ୍ଟ ପ୍ରସ୍ତୁତ କରୁଛି । ଏଥିସହ ଏହାକୁ ସେ ସେଣ୍ଟ୍ରାଲ୍ ସର୍ଭରରେ ଷ୍ଟୋର କରିଥାଏ । ଏଠାରୁ ହିଁ ଡାଟା ବ୍ରୀଚ୍ ହୋଇଥାଏ ଏବଂ ହାକର୍ସଙ୍କ ପାଇଁ ଏହା ଏକ ସାଧାରଣ ସୋର୍ସ ଭାବେ କାମ କରିଥାଏ । ଏକ ସୂଚନାନୁସାରେ ହାକର୍ସ କେବଳ ଛୋଟ ୱେବ୍ସାଇଟ୍ରୁ ହିଁ ୭ହଜାରରୁ ୮ହଜାର ଡାଟା ଏକାଠି କରିଛନ୍ତି । ଏଥିରେ ବଡ଼ ସାଇଟ୍ରୁ ଚୋରି କରାଯାଇଥିବା ଡାଟା ସାମିଲ ନାହିଁ । ତେବେ ବ୍ୟବହାରକାରୀଙ୍କ ଡାଟାକୁ ଭିନ୍ନ ଭିନ୍ନ ପ୍ୟାକେଜ୍ ମାଧ୍ୟମରେ ବିକ୍ରି କରାଯାଇଥାଏ । ଏହାକୁ ଦିନକ ପାଇଁ ୨ଡଲାର (୧୪୦ଟଙ୍କା) ଓ ୩ ମାସ ପାଇଁ ୭୦ଡଲାର (୪୯୦୦ ଟଙ୍କା) ପ୍ୟାକେଜ୍ ବିକ୍ରି କରାଯାଇଥାଏ । ଗ୍ରାହକ କ୍ରିପ୍ଟୋକରେନ୍ସି ପରି ଏଥିପାଇଁ ବିଟ୍କଏନ୍, ଲାଇଟ୍କଏନ୍, ଡ୍ୟାଶ, ରିପଲ୍, ଇଦରିୟମ ଓ ଜେଡ଼କ୍ୟାସ୍ ମାଧ୍ୟମରେ ପେମେଣ୍ଟ କରିଥାନ୍ତି । ପ୍ରକାଶ ଯେ ସାଧାରଣ ବ୍ୟବହାରକାରୀଙ୍କ ପାସ୍ୱାର୍ଡ଼ ସାଧାରଣତଃ ୧ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ହାଇପ୍ରୋଫାଇଲ୍ ସେଲିବ୍ରେଟି ଯେପରି ରାଜନେତା ଓ ଅଭିନେତାଙ୍କ ଡାଟାକୁ ୫୦୦-୨୦୦୦ ଟଙ୍କାରେ ବିକ୍ରି କରାଯାଇଥାଏ ।


