୧୪ରେ ୱାନପ୍ଲସ୍ର ଶୁଭାରମ୍ଭ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, (ଏଜେନ୍ସି): ଚଳିତ ବର୍ଷ ପାଇଁ ୱାନ୍ ପ୍ଲସ୍ ପକ୍ଷରୁ ଏହାର ନୂଆ ଉତ୍ପାଦଗୁଡ଼ିକର ବଜାର ପ୍ରବେଶ ପାଇଁ ଆସନ୍ତା ଚଳିତ ବର୍ଷ ୧୪ ମେରେ ବାଙ୍ଗାଲୋର ଇଣ୍ଟରନ୍ୟାସନାଲ ଏକ୍ସିବିସନ ସେଣ୍ଟରରେ ଏକ ମେଗା ଇଭେଣ୍ଟର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ଉନ୍ନତ ଡିଜାଇନ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଡିଭାଇସଗୁଡ଼ିକର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୨୫ ଏପ୍ରିଲ, ସକାଳ ୧୦ରୁ ପ୍ରବେଶ ଭାଉଚରଗୁଡ଼ିକ ୱାନପ୍ଲସ୍.ଇନରେ ଉପଲବ୍ଧ ହେଉଛି । କମ୍ପାନୀ ଇତିହାସରେ ଏହା ହେଉଛି ଏପରି ଏକ ବିଶ୍ୱସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଯେଉଁଠାରେ ୮,୦୦୦ରୁ ଉର୍ଦ୍ଧ ଅଂଶଗ୍ରହଣକାରୀମାନେ ଯୋଗଦେବାର ଆଶା କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବାକୁଥିବା ଅଂଶଗ୍ରହଣକାରୀମାନେ ପ୍ରଥମେ ୱାନ୍ପ୍ଲସର ନୂଆ ଉତ୍ପାଦ ଶୁଭାରମ୍ଭ ବିଷୟରେ ଅବଗତ ହୋଇପାରିବେ । ଅଂଶଗ୍ରହଣକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ପୁରସ୍କାର ଜିତିବାର ମଧ୍ୟ ସୁଯୋଗ ରହିଛି ।