୧୪୩ଜଣ ଛାତ୍ରଛାତ୍ରୀ ଗରିବ ମେଧାବୃତ୍ତି ପରୀକ୍ଷା ଦେଲେ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଞ୍ଚୋ ବରାହୀ ହାଇସ୍କୁଲ ପରିସରରେ ରାଜ୍ୟ ପରିଷଦ ଶିକ୍ଷା ଓ ଅନୁସନ୍ଧାନ ତାଲିମ ଦ୍ୱାରା ପରିଚାଳିତ ଗରିବ ମେଧାବୃତ୍ତି ୨୦୨୧ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ବିଦ୍ୟାଳୟର ୧୪୭ଜଣ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୩ ଜଣ ପରୀକ୍ଷା ଦେଇଥିଲେ । କେନ୍ଦ୍ର ଅଧିକ୍ଷକ ଶ୍ରୀମତୀ ଆଲମଣି ସେଠୀ ଅବଜରଭାବେ ଡିଆଇଇଟିର ଅଧ୍ୟାପିକା ଶ୍ରୀମତୀ ନିବେଦିତା ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଶିକ୍ଷକ ମହେନ୍ଦ୍ର କୁମାର ଜେନା, ମାର୍କଣ୍ଡ ଚରଣ ପଣ୍ଡା, ଅଜୟ କୁମାର ପଟ୍ଟନାୟକ, ବିଧୂଭୂଷଣ ପୁହାଣ, ଶିକ୍ଷୟତ୍ରୀ ସୁଚିସ୍ମିତା ରାଉତ. ଜ୍ୟୋତ୍ସ୍ନାମୟୀ ଭଞ୍ଜ, ପରୀକ୍ଷକ ରୁପେ କାର୍ଯ୍ୟ କରିଥିବାବେଳେ ପୁର୍ଣ୍ଣଚନ୍ଦ୍ର ପୃଷ୍ଟି, ଫକିର ଚରଣ ସାମଲ, ଶମ୍ବୁନାଥ ଗିରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ