୧୪ ଦିନିଆ ରିମାଣ୍ଡରେ ଜାମିଆ ଗୁଳିଚାଳନାକାରୀ
ନୂଆଦିଲ୍ଲୀ : ଜାମିଆ ଗୁଳିଚାଳନାକାରୀ ଅଭିଯୁକ୍ତକୁ ୧୪ ଦିନିଆ ପୋଲିସ୍ ରିମାଣ୍ଡରେ ପଠାଯାଇଛି । ଏହାସହ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଅସ୍ଥିମଜ୍ଜା ପରୀକ୍ଷଣ ପାଇଁ ଆବେଦନ କରାଯାଇଛି । ଉତ୍ତର ପ୍ରଦେଶର ଜେଓ୍ବାରରେ ଅଭିଯୁକ୍ତଙ୍କ ସ୍କୁଲ ପକ୍ଷରୁ ସେ ନାବାଳକ ଥିବା ନେଇ ସୂଚନା ଦିଆଯାଇଛି । ନାବାଳକର ସ୍କୁଲ ପକ୍ଷରୁ ତାଙ୍କର ଜନ୍ମତାରିଖ ୮ ଏପ୍ରିଲ ୨୦୦୨ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ ।