ଓ୍ବେବ୍‌ ସିରିଜ୍‌ରେ ପଦାର୍ପଣ କରିବେ ସୋନାକ୍ଷୀ

ମୁମ୍ବାଇ : ଭାରତରେ ଓଟିଟି ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତା କାରଣରୁ ବିଭିନ୍ନ ବଲିଉଡ କଳାକାର ଓ୍ବେବ୍‌ ସିରିଜ୍‌ରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଓ୍ବେବ୍‌ ସିରିଜ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ଏହା ସହିତ ନିର୍ଦ୍ଦେଶିକା ରୀମା କାଗତି ମଧ୍ୟ ନିଜର ଓଟିଟି ପଦାର୍ପଣ କରିବାକୁ ଯାଉଛନ୍ତି । ରୀମା ଏହି ଓ୍ବେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେବା ସହିତ କାହାଣୀ ମଧ୍ୟ ଲେଖିଛନ୍ତି । ଫଲେନ୍‌ ନାମକ ଏହି ଓ୍ବେବ୍‌ ସିରିଜ୍‌ ୧୯୭୨ର ଭାରତ ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେଶିତ । ଏହି ସିରିଜ୍‌ରେ ବିଜୟ ବର୍ମା ଏବଂ ଗୁଲଶନ ଦେବୈୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଓ୍ବେବ୍‌ ସିରିଜ୍‌ ବ୍ୟତିତ ସୋନାକ୍ଷୀ ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ