୧୫୭ ପଏଣ୍ଟ ହ୍ରାସରେ ସେନସେକ୍ସ ବନ୍ଦ
ମୁମ୍ବାଇ, (ଏଜେନ୍ସି): ଗୁରୁବାର ମଧ୍ୟ ଶେୟାର ବଜାର କାରବାରରେ ହ୍ରାସ ଘଟିଛି । କାରବାର ଶେଷ ସୁଦ୍ଧା ବିଏସ୍ଇର ୩୦ ଶେୟାର ଯୁକ୍ତ ପ୍ରମୁ୍ଖ ଇଣ୍ଡେକ୍ସ ସେନ୍ସେକ୍ସ ୧୫୭.୮୯ପଏଣ୍ଟ ତଥା ୦.୪୪% ହ୍ରାସ୍ରେ ୩୫,୮୭୬.୨୨ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୩୨.୨୦ ପଏଣ୍ଟ ତଥା ୦.୩୦% ହ୍ରାସ୍ ପାଇ ୧୦,୭୬୧.୨୨ପଏଣ୍ଟରେ ବନ୍ଦ ହୋଇଛି । ଆଜି କାରବାରର ଚତୁର୍ଥ ଦିନରେ ସେନ୍ସେକ୍ସ ୩୬,୦୬୫.୦୮ପଏଣ୍ଟରେ ଖୋଲିଥିବା ବେଳେ ନିଫ୍ଟି ୧୦,୭୮୬.୧୦ପଏଣ୍ଟରେ କାରବାର ଆରମ୍ଭ କରିଥିଲା । ବଜାର ପାଇଁ ଗ୍ଲୋବାଲ୍ ସଙ୍କେତ ଆଜି ମିଶ୍ରିତ ରହିଥିଲା । ପିଏସ୍ୟୁ ବ୍ୟାଙ୍କ୍, ଆଇଟି ଓ ମେଟାଲ ଶେୟାର ବଜାର ଆଜି ସର୍ବାଧିକ ଚାପରେ ରହିଛି । ଅନ୍ୟପକ୍ଷରେ ଅଟୋ, ରିୟଲିଟି, ଫାର୍ମା, ଏଫ୍ଏମ୍ସିଜି ଓ ପ୍ରାଇଭେଟ୍ ବ୍ୟାଙ୍କ ଶେୟାର ବଜାରକୁ ସର୍ପୋଟ ଦେଇଛନ୍ତି । ନିଫ୍ଟିର ପିଏସ୍ୟୁ ବ୍ୟାଙ୍କ୍ ଇଣ୍ଡେକ୍ସରେ ୦.୪%, ଆଇଟି ଇଣ୍ଡେକ୍ସରେ ୦.୬୦% ଓ ମେଟାଲ ଇଣ୍ଡେକ୍ସରେ ୦.୭୨% ଦୁର୍ବଳ ହୋଇ ବନ୍ଦ ହୋଇଛି । କାରବାର ସମୟରେ ନିଫ୍ଟିର ଅଟୋ ଇଣ୍ଡେକ୍ସରେ ୦.୭୫%, ରିୟଲିଟି ଇଣ୍ଡେକ୍ସରେ ୦.୧୪%, ଫାର୍ମା ଇଣ୍ଡେକ୍ସରେ ୦.୧୪% ଓ ପ୍ରାଇଭେଟ୍ ବ୍ୟାଙ୍କ୍ ଇଣ୍ଡେକ୍ସରେ ୦.୨୬% ବୃଦ୍ଧି ଦେଖିବାକୁ ମିଳିଛି ।