୧୫୯୬ କେଜି ୩୦୦ ଗ୍ରାମର ଗଂଜେଇ ଜବତ : ୨ ଜଣ ଗିରଫ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ୧୩ ନଂ ଗ୍ରାମ ଛକ ଠାରୁ ପୋଲିସ ୧୫୯୬ କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରିଛି। ରାତିରେ ଚିତ୍ରକୁଣ୍ଡା ଥାନା ଏସ ଆଇ ସର୍ବେଶ୍ୱର ଭୋଇ ଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସ ର ଏକ ଟିମ ରାତି ସମୟରେ ଆର ଏ ସି ୧୩ ନଂ,୧୧ନଂ,୧୦ ନଂ ଏରିଆ ରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ସମୟରେ କିଛି ଜଣ ବ୍ୟକ୍ତି ୧୩ ନଂ ଛକ ଠାରୁ ଦୁଇଶହ ମିଟର ଦୂର ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବା ପୋଲିସ ଟିମ ଦେଖିବାକୁ ପାଇଥିଲା । ପୋଲିସ କୁ ଦେଖି ଛିଡା ହୋଇଥିବା ଲୋକେ ଜଙ୍ଗଲ ଆଡକୁ ଦୌଡି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ଟିମ ସେମାନଙ୍କ ମଧ୍ୟରୁ ଦୁଇଜଣ ଙ୍କୁ କାବୁ କରିବା କୁ ସକ୍ଷମ ହୋଇଥିଲେ । ଏହି ସମୟରେ ୧୩ ନଂ ଗ୍ରାମର ଲୋକ ଆସି ପୋଲିସ କୁ ଘେରି ପୋଲିସ ଗିରଫ କରିଥିବା ଦୁଇଜଣଙ୍କୁ ଛଡାଇ ବାକୁ ଚେଷ୍ଟା କରିଥିଲେ । ଚିତ୍ରକୁଣ୍ଡା ପୋଲିସ ଗିରଫ ଦୁଇଜଣ ଙ୍କ ନିକଟରେ ୬୪ ଟି ଜରି ବସ୍ତାରେ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲେ । ପୋଲିସ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ନିମନ୍ତେ ସେଠାରେ ଥିବା ଗୋଟିଏ ମୋଟର ସାଇକେଲ ନଂ ଏପି ୦୫ ଇ ଭି ୨୩୫୯ ଓ ଗୋଟିଏ ମହେନ୍ଦ୍ରା ବୋଲେରୋ ନଂ ଓ ଡି ୧୦ ଡି ୭୦୪୩ ସହିତ ଦୁଇ ଚାଲାଣକାରୀ ଙ୍କୁ ଥାନାକୁ ନେଇଥିଲା । ଜବତ ଗଞ୍ଜେଇ କୁ ଓଜନ କରିବା ପରେ ଏହା ୧୫୯୬ କେଜି ୩୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ବାର ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି । ଜବତ ଗଞ୍ଜେଇ ଓଡିଶାରୁ ଆନ୍ଧ୍ର ରାଜ୍ୟ ର ଶିଲେରୁ ଅଂଚଳକୁ ଚାଲାଣ ହେଉ ଥିଲା ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଚିତ୍ରକୁଣ୍ଡା ଥାନା କେଶ ନଂ ୬୭/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି ଓ ଗଂଜେଇ ଚୋରା ଚାଲାଣକାରୀ ଦଶରଥ ଖିଲ(୨୭), କେଶବ ଖଡା ଉଭୟଙ୍କ ଗ୍ରାମ ୧୩ ନଂ , ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ