୧୫ ଟଙ୍କା କମିଲା ସୁନା

ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ହ୍ରାସ୍ ଦେଖିବାକୁ ମିଳିଛି । ଯଦ୍ୱାରା ଗୁରୁବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୧୫ଟଙ୍କା ହ୍ରାସ୍ ହୋଇ ୩୩,୩୭୦ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ଦୁର୍ବଳ ହେବା ଯୋଗୁଁ ରୁପା କିଲୋପ୍ରତି ୪୧୦ଟଙ୍କା ଶସ୍ତା ହୋଇ ୩୯,୩୦୦ ଟଙ୍କାରେ ବିକ୍ରି ହୋଇଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାରରେ ଚାପ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ଚାପ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୭.୮୫ ଡଲାର ବୃଦ୍ଧିରେ ୧,୩୦୧.୩୦ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ୭.୩୦ଡଲାର ହ୍ରାସ୍ ପାଇ ଆଉନ୍ସ ପ୍ରତି ୧,୩୦୨.୦୦ଡଲାରରେ ରହିଛି । ବଜାର ବିଶ୍ଳେଷକଙ୍କ ଅନୁସାରେ ଡଳାର ସୁଦୃଢ଼ ହେବା ଯୋଗୁଁ ଅନ୍ୟ ମୁଦ୍ରା ଯୁକ୍ତ ଦେଶ ପାଇଁ ସୁନାର ଆମଦାନୀ ମହଙ୍ଗା ହୋଇଥାଏ । ଏହାଦ୍ୱାରା ସୁନାର ଚାହିଦା ହ୍ରାସ୍ ପାଇଥାଏ । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୧୫ ଡଲାର ହ୍ରାସ୍ରେ ୧୫.୨୭ଡଲାରରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ