୧୫ ଦଫା ଦାବିରେ ଗାଁ ସାଥୀ(ମେଟ)ଙ୍କ ଡି.ଆର.ଡି.ଏ ପରିସରରେ ଗଣ ଧାରଣା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗାଁ ସାଥୀ (ମେଟ) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡି.ଆର.ଡି.ଏ ପରିସରରେ ଗଣ ଧାରଣା । ଜିଲ୍ଲାରେ ୬୦୦୦ରୁ ଅଧିକ ଗାଁ ସାଥି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀଙ୍କୁ ମିଳୁନାହିଁ । ଶତାଧିକ ମେଟ କର୍ମୀମାନେ ଆଜି ୧୫ ଦଫା ଦାବି ଉପସ୍ଥାପନ କରିଛନ୍ତି । ସଂଘର ଅଭିଯୋଗ ଅନୁସାରେ ସାରା ରାଜ୍ୟରେ ମନରେଗା କାର୍ଯ୍ୟରତ ୨୦୦୮ର ଗାଁ ସାଥୀଙ୍କ ଭଳି ଜିଲ୍ଲାର କାର୍ଯ୍ୟରତ ଗାଁ ସାଥୀଙ୍କୁ ସେହି ଭଳି ସମାନ ନ୍ୟାୟ ମିଳୁନାହିଁ । ସଠିକ ମେଟ ମାନଙ୍କୁ ଚିହ୍ନଟ କରି ଉଚିତ ନ୍ୟାୟ ସହ ଜିଲ୍ଲାର ବିଭିନ୍ନ କାର୍ଯ୍ୟରେ ସାମିଲ କରିବାକୁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି । ଏନେଇ ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ (ଡିଆରଡିଏ)ଙ୍କୁ ସାକ୍ଷାତ କରିବା ସହ ନିଜର ଦାବି ରଖିଛନ୍ତି । ସେମାନଙ୍କ ଦାବି ତୁରନ୍ତ ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ