୧୫ ଦଫା ଦାବିରେ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୧୫ ଦଫା ଦାବିରେ ଅଧିକ ଅନୁଦାନ ସହ ରାଶି ପ୍ରଦାନ ସହ ଜମି ଯୋଗାଇବା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ । ୧୫ ଦଫା ଦାବିରେ ଛେଳିଗଡ଼ରେ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଥିଲେ ଶତାଧୂକ ଲୋକେ । ୨୦୧୩ ସରକାରୀ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ ସହ ଅଧୂକ ଜମି ପ୍ରଦାନ ଦାବି କରିଛନ୍ତି ବିସ୍ଥାପିତ । ରାସ୍ତା ଅବରୋଧ ଯୋଗୁଁ ମୋହନାରୁ ପାରଳାଖେମୁଣ୍ଡି ଏବଂ ପାରଳାଖେମୁଣ୍ଡିରୁ ବ୍ରହ୍ମପୁରକୁ ଯାତାୟାତ ବନ୍ଦ ହୋଇଯାଇଥିଲା | ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ବସି ଧାରଣା ଦେଇଥିଲେ | ଖବର ପାଇ ଆର. ଉଦୟଗିରି ବିଡିଓ ଲୋରିମନ ଖର୍ସେଲ, ଥାନା ଅଧିକାରୀ ସବ୍ୟସାଚୀ ମଲ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଲୋକକୁ ବୁଝାସୁଝା କରିଥିଲେ ତେବେ ଯେତେବେଳେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇ ନାହିଁ ସେତେବେଳ ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ବିସ୍ଥାପିତ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ଈଶ୍ବର ରଇତ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଏହି ସୂଚନା ଦେଇଛନ୍ତି. ଏହାପରେ ଅପରାହ୍ନ ୩ଟାରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚି ନିର୍ବାଚନ ପରେ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଲୋକଙ୍କ ସହ ଆଲୋଚନା କରି ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକରୁ ଉଠିଥିଲେ ଲୋକେ ଆନ୍ଦୋଳନକାରୀ ବିସ୍ଥାପିତ ସଂଗ୍ରାମ ସମିତି ଦାବି କରିଛି ଯେ ପ୍ରକଳ୍ପ ଆରମ୍ଭଠାରୁ କର୍ତ୍ତୃପକ୍ଷ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛି। କିଛି ଲୋକଙ୍କୁ ଅଳ୍ପ କିଛି ସହାୟତା ଦେଇ ପ୍ରକଳ୍ପ କାମ ଜାରି ରଖାଯାଇଛି I ଲୋକେ ସେମାନଙ୍କ ହକ୍ ମାଗିଲେ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି | ପ୍ରତ୍ୟେକ ବିସ୍ଥାପିତଙ୍କୁ ୨ ଏକର ଜମି ବଦଳରେ ୫ ଏକର, ୨୦ ଲକ୍ଷ ଟଙ୍କା, ଗୃହ ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା, ବିସ୍ଥାପିତ କଲୋନୀକୁ ସ୍ମାର୍ଟ କଲୋନୀ, ବିସ୍ଥାପିତ ପରିବାର ଯୁବକ, ଯୁବତୀଙ୍କୁ ଚାକିରି ଆଦି ୧୫ ଦଫା ଦାବି କରିଛି ବିସ୍ଥାପିତ ସଂଗ୍ରାମ ସମିତି। ଯଦି ନିର୍ବାଚନ ପରେ ପ୍ରଶାସନ ଦାବି ପ୍ରତି ଗୁରୁତ୍ବ ନଦେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିସ୍ଥାପିତ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ