୧୫ ଫୁଟର ଅଜଗର ଉଦ୍ଧାର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି ଗ୍ରାମବାସୀ l ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଖାରୀଗୁଡା ଗାଁ ର କିଛି ଯୁବକ ଲେକାପଦର ଗାଁ କୁ ଯାଉଥିଲେ l ଏହି ସମୟରେ ଏକ ବିରାଟ ଅଜଗର ସାପ ଦେଖି ଭୟଭୀତ ହୋଇଥିଲେ l ତେବେ ସାହସ ଜୁଟାଇ ଅଜଗର ସାପ କୁ ଧରିବାରେ ସଫଳ ହୋଇଥିଲେ ଯୁବକ ମାନେ l ଏହାପରେ ଖାରୀଗୁଡା ଗାଁକୁ ଆଣି ମୋହନା ବନ ବିଭାଗ କୁ ଖବର ଦେଇଥିଲେ l ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ବନପାଳ ଦେବାଶିଷ ଶତପଥୀ ଓ କର୍ମଚାରୀ ଖାରୀଗୁଡା ଗାଁ ରେ ପହଞ୍ଚି ଉଦ୍ଧାର ହୋଇଥିବା ଅଜଗର କୁ ଆଣି ମୋହନା ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ l