୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋର କିଶୋରୀଙ୍କୁ ଟୀକାକରଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ତରଫରୁ ଗତକାଲି ଠାରୁ ୧୫ ରୁ ୧୮ ବର୍ଷ କିଶୋର କିଶୋରୀମାନଙ୍କୁ କୋଭିଡ ଟୀକାକରଣ ଦିଆଯାଇଛି । ବର୍ତ୍ତମାନ କରୋନା ମହାମାରୀ ଓମିକ୍ରନ ତୃତୀୟ ଲହରୀ ଭାବେ ସାରା ରାଜ୍ୟ ତଥା ଜିଲ୍ଲାରେ ଭୟାଭୟ ରୂପ ଧାରଣା କରୁଥିବା ଜଣାପଡିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଏଦିଗରେ ଜନସାଧାରଣଙ୍କୁ ଅଧିକ ସଚେତନତା କରିବା ସହ ସମସ୍ତଙ୍କୁ ସରକାରଙ୍କ କୋଭିଡ କଟକଣା ମାନି ଚଳିବା ପାଇଁ ସଚେତନ କରାଉଛନ୍ତି । ତେବେ ତୃତୀୟ ଲହରୀ ଏବେ ଛୋଟ ପିଲାଙ୍କ ଠାରେ ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ପାଇଁ କୋଭିଡ ଟୀକାକରଣ ବ୍ୟବସ୍ଥା କରିଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ . ପ୍ରଫୁଲ୍ଲ କୁମାର ରାଉତ  ଟୀକାକରଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ରେଡକ୍ରସ ସଂଯୋଜକ ଲିଙ୍ଗରାଜ ରଥ  ତତ୍ଵାବଧାନରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କୋଭିଡ ଟୀକା ନେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ସମେତ ବିଭାଗୀୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ