୧୫ ସୁଦ୍ଧା ସିବିଏସଇ, ଆଇସିଏସଇ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ସିବିଏସଇ ଓ ଆଇସିଏସଇ ପରୀକ୍ଷା ଫଳ ବହାରିବ । ସୁପ୍ରିମକୋର୍ଟରେ ଆଗତ ପିଟିସନର ଶୁଣାଣିବେଳେ ଏହି ସୂଚନା ମିଳିଛି । ପରୀକ୍ଷା ଫଳ ନେଇ ସିବିଏସଇ ଓ ଆଇସିଏସଇ ଜଣାଇଥିବାବେଳେ କୋର୍ଟ କହିଛନ୍ତି । ପ୍ରକାଶ ଯେ, କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ଗତକାଲି ସିବିଏସଇର ବାକିଥିବା ସବୁ ପରୀକ୍ଷାକୁ ବାତିଲ କରିଦିଆଯାଇଥିବା ନେଇ ଘୋଷଣା କରାଯାଇଥିଲା । ଦଶମ ଓ ଦ୍ୱାଦଶରେ ବାକି ଥିବା ସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ସଲିସିଟର ଜେନେରାଲ(ଏସଜି) ତୁଷାର ମେହେଟ୍ଟା ଜଣାଇଥିଲେ । ତେବେ ପୂର୍ବ ପରୀକ୍ଷାର ଆସେସମେଣ୍ଟ କରି ରେଜଲ୍ଟ ପ୍ରକାଶ କରାଯିବ । ନିର୍ଦ୍ଧିଷ୍ଟଭାବେ କେବେ ରେଜଲ୍ଟ ବାହାରିବ ସେ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏସଜି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ଅନ୍ୟପକ୍ଷରେ ଆଇସିଏସଇ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଥିଲା । ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା । ପରୀକ୍ଷା କରିବାକୁ ଆଇସିଏସଇ ବୋର୍ଡ ରାଜି ନଥିବା ସିଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ