୧୬୧ତମ ସ୍ୱାମୀ ବିବେକାନନ୍ଦ ଜନ୍ମ ଜୟନ୍ତି ଓ ଯୁବ ଦିବସ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ତରଫରୁ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମଜୟନ୍ତି ଓ ଯୁବ ଦିବସ ଆନଶ୍ଲୋ ଅନୁଷ୍ଠାନ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ସଭାପତି ସୁଧିର ସାହୁ ଅଧକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିରୂପେ ଛତ୍ରପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ସାମନ୍ତ ରାୟ, ମୁଖ୍ୟବକ୍ତା ରୂପେ ଛତ୍ରପୁର କେନ୍ଦ୍ରିୟ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା,ସମ୍ମାନିତ ଅତିଥିରୂପେ ଆନଶ୍ଲୋ ସରକାରୀ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ପଣ୍ଡା,ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ ଯୋଗଦେଇ  ସ୍ୱାମୀ ବିବେକାନନ୍ଦଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ ଭଗନେଇଥିବା କୃତି ପ୍ରତିଯୋଗୀଙ୍କୁ ଶେଷ ରେ ଅନଶ୍ଲୋ ହାଇସ୍କୁଲ ର ଶିକ୍ଷକ ଜଗଦୀଶ ଚନ୍ଦ୍ର ପୋଲାଈ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିଦ୍ୟାଧର ଦାଶ ଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ