୧୭ବର୍ଷରୁ କମ ବାଳକ-ବାଳିକା ବିଭାଗର୨୬ଟିମଙ୍କ ଅଂଶଗ୍ରହଣ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାସ୍ତରୀୟ ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗର ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ମିଶନ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ଜିଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଶାରୀରିକ ଓ ମାନସିକ ବିକାଶରେ ଫୁଟବଲ ଭଳି କ୍ରୀଡ଼ାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପ୍ରତି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୧୭ବର୍ଷରୁ କମ ବର୍ଗର ବାଳିକା ବିଭାଗ ଫିଫା ୱାଲ୍‌ର୍ଡ କପ୍ ଖେଳ ଜାରି ରହିଥିବା ବେଳେ ଏହି ଖେଳ ପ୍ରତି ବାଳକ ବାଳିକାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ଜିଲ୍ଲାପାଳ ଶ୍ରୀ ଶିିନ୍ଦେ ସୂଚନା ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଭାସ୍କର ବେହେରା, ବାଲେଶ୍ୱର ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଅଧିପ ଦାସ, ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରି, ପବିତ୍ର ମୋହନ ବାରିକ ଓ ଧରଣୀଧର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳରେ ଅଂଶଗ୍ରହଣ କରିଥିବା ଖେଳାଳଙ୍କୁ ଉତ୍ସାହିତ କରିବା ସହିତ ପ୍ରତ୍ୟେକ କ୍ରୀଡ଼ାକୁ ନିୟମ ମଧ୍ୟରେ ସତର୍କତାର ସହ ଖେଳିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପୁଲିସ ହାଇସ୍କୁଲର ଛାତ୍ରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସଭାପରେ ଜିଲ୍ଲା ସ୍କୁଲ, ନୟନା କୁମାରୀ ହାଇସ୍କୁଲ, ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଉନ ସରକାରୀ ହାଇସ୍କୁଲ ଓ ମଡର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବାଳକ ଓ ବାଳିକା ବର୍ଗର ଗୋଟିଏ ଲେଖାଏଁ ଓ ବାଲେଶ୍ୱର ପୌରାଞ୍ଚଳରୁ ଗୋଟିଏ ଲେଖାଏଁ ଦଳ, ମୋଟ ୧୩ଟି ବାଳକ ଓ ୧୩ଟି ବାଳିକା ଦଳ ଅଂଶଗ୍ରହଣ କରୁଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୬ଟି ଦଳରେ୬୪ଜଣ ଟିମ୍ ମ୍ୟାନେଜର ଓ କୋଚ ଏବଂ ୨୦ଜଣ ଅଫିସିଆଲ ଯୋଗ ଦେଇଛନ୍ତି । ତାରାପଦ ସେଠୀ, ଅମୂଲ୍ୟ କୁମାର ରାଉତ, ଶେଖ ଅବଦୁଲ ହାକିମ, ଚିରଞ୍ଜୀବ ପାତ୍ର, ବାବାଜୀ ଚରଣ ପାଢୀ, ଅପୂର୍ବ ରଞ୍ଜନ ଖଣ୍ଟିଆ, ଜୟନ୍ତ କୁମାର ପଣ୍ଡା, ଅଞ୍ଜନ ଚାନ୍ଦ, ବାମନ ଚରଣ ମହାନ୍ତି, ସ୍ୱପ୍ନେନ୍ଦୁ ଶେଖର ଆଚାର୍ଯ୍ୟ, ରତିକାନ୍ତ ବେହେରା, ଗୋପାଳ ନାୟକ, ପ୍ରଦୀପ କୁମାର ଦାସ, ପର୍ଶୁରାମ ସାସମଲ, ପ୍ରଦୀପ ଦାସ, ସୀତା ମାଝୀ, ଗଗନ ବିହାରୀ ଦାସ, ଚକ୍ରଧର ଜେନା, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ମ୍ୟାଚ ଖେଳାଯିବା ସହ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ