୧୭ବର୍ଷୀୟା ଝିଅ ଅପହରଣ ପ୍ରତିବାଦରେ ଏସ୍ ପି ଅଫିସ୍ ସମ୍ମୁଖରେ ଧାରଣା
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତ ପୁର ଫାଣ୍ଡି ଅଧିନରେ ଥିବା ଅରଣ ଗାଁର ଲକ୍ଷୀପ୍ରୀୟା ବିଶ୍ବାଳ ଏକ ସଂଗୀନ୍ ଅଭିଯୋଗ ଆଣିଛନ୍ତି । ଅଭିଯୋଗରୁ ଜଣାଯାଏ, ତାଙ୍କ ୧୭ବର୍ଷର ଝିଅକୁ କେହିଜଣେ ଦୁର୍ବୁତ୍ତ ଅକ୍ଟୋବର ୩୦ତାରିଖରେ ଅପହରଣ କରିନେଇଥିଲେ । ସେ ଏହି ବିଷୟରେ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଇତିମଧ୍ୟରେ ୧୭ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଝିଅର ସନ୍ଧାନ ପାଇପାରିନାହାନ୍ତି । ଏଣୁ ବିଶ୍ବାଳ ମହୋଦୟା ଏସ୍ ପି ଜଗତସିଂହପୁରଙ୍କ ନିକଟରେ ଧାରଣାରେ ବସିଥିଲେ । ଅତିରିକ୍ତ ଏସ୍ ପି ଘଟଣା ସ୍ଥଳରେ ପହଞ୍ଚି ୨ଦିନ ମଧ୍ୟରେ ଆପଣଙ୍କ ଝିଅକୁ ଆପଣଙ୍କ ପାଖରେ ପହଞ୍ଚିବ ବୋଲି କହିଥିଲେ । ଏହାପରେ ନାବାଳିକାର ପରିବାର ଲୋକେ ଧାରଣାରୁ ଉଠି ଘରକୁ ଫେରି ଥିଲେ କିନ୍ତୁ ବାଲିକୁଦା ପୋଲିସଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ।


