୧୭ରେ କୋଣାର୍କରେ ‘ସବୁଜ ବିଶ୍ୱ ଅଭିଯାନ’ର ଶୁଭାରମ୍ଭ

କୋଣାର୍କ;(ଗଣେଶ ଚନ୍ଦ୍ର ବେହେରା)- ସମ୍ପ୍ରତି ବିଶ୍ୱରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟ କୃତ କ୍ଷତି ପାଇଁ ଜଙ୍ଗଲ ସମ୍ପଦ ବ୍ୟାପକ ପରିମାଣରେ ନଷ୍ଟ ହେବା ସହ ସବୁଜ ବଳୟ ବିଲୁପ୍ତ ହେବାରେ ଲାଗିଛି । ଫଳରେ ପରିବେଶ ପ୍ରଦ୍ୱଷଣ, ଜଳବାୟୁ ପରିବର୍ତ୍ତନ, ତାପମାତ୍ର ବୃଦ୍ଧି, ବାୟୁ, ଜଳ ଓ ମୂର୍ତ୍ତିକା ପ୍ରଦ୍ୱଷଣ ସହିତ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଛି । ଏଥିପାଇଁ ବିଶ୍ୱର ୧ଶହରୁ ଅଧିକ ଦେଶର ବିଦ୍ୟାର୍ଥୀ, ଯୁବଗୋଷ୍ଠୀ ଓ ପରିବେଶ ବିତ୍ତିମାନେ ଆରମ୍ଭ କରିଛନ୍ତି ‘ବିଲୁପ୍ତ ବିପ୍ଳବ’ । ବିଶ୍ୱକୁ ସବୁଜ ଓ ପ୍ରଦ୍ୱଷଣ ମୁକ୍ତ କରିବା ପାଇଁ ଆସନ୍ତା ୧୭ ତାରିଖରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଶୁଭାରମ୍ଭ ହେବ ‘ସବୁଜ ବିଶ୍ୱ’ ଅଭିଯାନ କାର୍ଯ୍ୟକ୍ରମ । ଏହି ଅଭିଯାନରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ସାହିତ୍ୟିକ, ସାମ୍ବାଦିକ, ରାଜନେତା, ଅଭିନେତା, ଚିତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ବୁଦ୍ଧିଜୀବୀ, ପରିବେଷବିତି, ଦେଶ ବିଦେଶର ପ୍ରତିନିଧିମାନଙ୍କ ସମେତ ସମାଜର ସବୁ ବର୍ଗର ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ପୂର୍ବାହ୍ନ ୧୦ଟାରେ କୋଣାର୍କସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଇଣ୍ଡର ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି। ଜୀବଜଗତ ପ୍ରତି ବୃକ୍ଷର ଆବଶ୍ୟକତା ଅତ୍ୟନ୍ତ ଜରୁରୀ, ବୃକ୍ଷ ବଞ୍ଚିଲେ ଏ ଜୀବଜଗତ ବଞ୍ଚି ରହିବ ତେଣୁ ବ୍ୟାପକ ବୃକ୍ଷ ରୋପଣ ଦ୍ୱାରା ହିଁ ଏ ପୃଥିବକୁ ଗ୍ଳୋବାଲ ୱାର୍ମିଙ୍ଗ ଓ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରାଯାଇପାରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୀରଦବରଣ ଖୁଣ୍ଟିଆ। ମନୋରଞ୍ଜନ ବାରିକ, ଗୋପିନାଥ ସ୍ୱାଇଁ, ସାମାଜିକ କର୍ମୀ ଜ୍ଞାନରଞ୍ଜନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ