୧୭୨ ଲିଟର ଭାଟିରନ୍ଧା ମଦ ସହ ୭ଗିରଫ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଧରପଗଡ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି । ୧୭୨ ଲିଟର ଭାଟିରନ୍ଧା ମଦ ସହ ୪ ଟି ବାଇକ୍ ଜବତ ହୋଇଛି । ଗଂଜାମ ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଛତ୍ରପୁର, ଖଲ୍ଲିକୋଟ ଓ ଭଞ୍ଜନଗର ଅବକାରୀ ଥାନା ଅଞ୍ଚଳରେ ଚଢଉ କରାଯାଇଥିବା ନେଇ ଗଂଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା କହିଛନ୍ତି ।


